୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ନୂଆ ଦାୟିତ୍ୱ ! ବସୁନ୍ଧରା, ଶିବରାଜ ଓ ରମଣଙ୍କୁ ଦଳର ଉପାଧ୍ୟକ୍ଷ ପଦରେ ନିଯୁକ୍ତି କଲେ ବିଜେପି ଚାଣକ୍ୟ

284

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଭାରତୀୟ ଜନତା ପାର୍ଟିରେ ନୂତନ ଦାୟିତ୍ୱ ମିଳିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁରୁବାର ଏହି ୩ ବରିଷ୍ଠ ନେତାଙ୍କୁ ଦଳର ଉପାଧ୍ୟକ୍ଷ ପଦରେ ନିଯୁକ୍ତି କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତ ମାସରେ ଶିବରାଜ, ରମଣ ଓ ବସୁନ୍ଧରା ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ହାରିବା ପରେ ରାଜ୍ୟରେ କ୍ଷମତା ହରାଇଥିଲେ।

ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ବ୍ୟତୀତ ୧୩ ବର୍ଷ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଶିବରାଜ ସିଂହ ଚୌହାଣ ଓ ୧୫ ବର୍ଷ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଥିବା ରମଣ ସିଂହ ଡିସେମ୍ବରରେ କ୍ଷମତା ହରାଇଥିଲେ। ଏବେ ଲୋକସଭା ନିର୍ବାଚନ ୨-୩ ମାସ ବାକି ଥିବା ବେଳେ ବିଜେପି ଏହି ୩ ନେତାଙ୍କୁ ଜାତୀୟ ସ୍ତରକୁ ଆଣିବାକୁ ଉଦ୍ୟମ କରୁଛି। ଏହାସହ ବିଜେପି ୩ ନେତାଙ୍କୁ ଦଳର ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି।