ହାର ମାନିଲେ ଶିବରାଜ୍ ! ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା 

264

କନକ ବ୍ୟୁରୋ : ଶେଷରେ ନିଜ ପରାଜୟ ସ୍ୱୀକାର କଲେ ଶିବରାଜ ସିଂ ଚୌହାନ୍ । ଇସ୍ତଫା ଦେଲେ ଶିବରାଜ୍ ସିଂ ଚୌହାନ୍ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି  ଶିବରାଜ୍ ସିଂ ଚୌହାନ । ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ଦେବା ପରେ ଶିବରାଜ ସିଂ କହଛନ୍ତି ଏବେ ମୁଁ ସ୍ୱାଧୀନ । ଏହାସହ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି । ଦଳୀୟ କର୍ମୀମାନେ ବହୁତ ପରିଶ୍ରମ କରିଥିଲେ ବୋଲି ମଧ୍ୟ କହିଛନ୍ତି । ଆଜି ସକାଳେ ମିଡ଼ିଆ ସାମ୍ନାରେ ଶିବରାଜ କହିଛନ୍ତି ଆମଙ୍କୁ ସ୍ପଷ୍ଟ ବହୁମତ ମିଳିନାହିଁ  । ବହୁମତ ମିଳିନଥିବାରୁ ସରକାର ଗଢ଼ିବା ପାଇଁ ଆମେ ଦାବି କରିବୁ ନାହିଁ ।

ମଙ୍ଗଳବାର ସାରା ଦିନ କାଣ୍ଟେ କି ଟକ୍କର ହେବାପରେ ବୁଧବାର ସକାଳେ ନିର୍ବଚାନ ଆୟୋଗ କଂଗ୍ରେସକୁ ୧୧୪ ସିଟ ସହ ସବୁଠାରୁ ବଡ଼ ପାର୍ଟି ଘୋଷିତ କରିଛି । ଅପ୍ୟନଟେ ମାୟାବତୀ  ଓ ଅଖିଲେଶ ଯାଦବ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ୨୩୦ ଆସନରୁ ବିଜେପି ହାତକୁ ଯାଇଛି ୧୦୯ଟି ସିଟ୍ । ୧୧୪ଟି ଆସନରେ ବିଜୟୀ ହୋଇଛି କଂଗ୍ରେସ  । ଏବଂ ଅନ୍ୟାନ୍ୟଙ୍କ ପାଖକୁ ଯାଇଛି ୭ଟି ସିଟ୍ । ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ମିଳିଛି ୪ଟି ସିଟ୍ । ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବାରୁ କଂଗ୍ରେସର ଦଳୀୟକର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି । କଂଗ୍ରେସ କାର୍ଯ୍ୟାଳୟ ବାହାରେ କର୍ମୀ ଓ ନେତା ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଛନ୍ତି  ।