ମୁମ୍ବାଇ ସମୁଦ୍ର ତଟରେ ଛତ୍ରପତି ଶିବାଜୀଙ୍କ ବିଶାଳକାୟ ପ୍ରତିମୂର୍ତ୍ତିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି

33

କନକ ବ୍ୟୁରୋ: ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ବିଶାଳକାୟ ପ୍ରତିମୂର୍ତ୍ତିର ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ମୁମ୍ବାଇ ସମୁଦ୍ର ତଟରେ ଆରବ ସାଗର ମଧ୍ୟରେ ଛତ୍ରପତି ଶିବାଜୀଙ୍କ ବିଶାଳକାୟ ପ୍ରତିମୂର୍ତ୍ତିର ସ୍ଥାପନା ହେବ । ଏହି ପ୍ରତିମୂର୍ତ୍ତି ୧୯୨ମିଟର ଉଚ୍ଚ ହେବ । ୩ହଜାର ୬ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରାଯିବ ।

ଅନ୍ୟପଟେ, ଛତ୍ରପତି ଶିବାଜୀଙ୍କ ଏହି ପ୍ରତିମୂର୍ତ୍ତି କେବଳ ଦେଶରେ ନୁହେଁ ବରଂ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୂଚନା ଦେଇଛନ୍ତି । ମୁମ୍ବାଇର ନରିମନ ପଏଂଟ ଓ ଗେଟୱେ ଅଫ୍ ଇଣ୍ଡିଆଟୁ ବୋଟþ ସାହାଯ୍ୟରେ ପର୍ଯ୍ୟଟକଙ୍କୁ ଏହି ଶିବ ସ୍ମାରକକୁ ଯାଇପାରିବେ ।

ଏହା ଗେଟୱେ ଅଫ୍ ଇଣ୍ଡିଆଠାରୁ ସମୁଦ୍ର ଭିତରେ ୧୨ କିଲୋମିଟର ଦୂରରେ ରହିଥିବା ବେଳେ ନରିମନ ପଏଂଟରୁ ସାଢେ ୩ କିଲୋମିଟର ଦୂରରେ ପ୍ରତିଷ୍ଠା ହେବ । ଏଠାରେ ଆର୍ଟ ମ୍ୟୁଜିୟମ, ଆମ୍ପି ଥିଏଟର, ମରିନ ଆକ୍ୱାରିୟମ ଓ ଗ୍ୟାଲେରୀ ମଧ୍ୟ ରହିବ । ଏହାସହ ଏଠାରେ ପର୍ଯ୍ୟଟକଙ୍କ ପାଇଁ କାଫେଟେରିଆ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।