ରିଲିଜ୍ ହୋଇଛି ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଶିବାୟ’ର ନୂଆ ଗୀତ । ଏହି ଗୀତଟିର ଟାଇଟେଲ୍ ରହିଛି ‘ଦରଖାସ୍ତ’ । ଏଥିରେ ଅଜୟ ପ୍ରଥମ ଥର ପାଇଁ କିସିଂ ସିନରେ ନଜର ଆସିଛନ୍ତି । ଏହି ଗୀତରେ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ ଓ ଅରିଜିତ୍ ସିଂହ । ଅକ୍ଟୋବର ୨୮ରେ ରିଲିଜ ହେବ ଫିଲ୍ମ ‘ଶିବାୟ’।
ଅନ୍ୟପଟେ ରିଲିଜ୍ ହୋଇଛି ମୁଭି ‘ଫୁଦୁ’ର ଗୀତ ଯାହାର ମୁଖଡା ରହିଛି ‘ତୁ ଜରୁରତ୍ ନେହିଁ ତୁ ଜରୁରୀ ହୈ’ । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଶୁଭମ୍ ଓ ସ୍ୱାତୀ କପୁର । ତେବେ ଫିଲ୍ମରେ ସ୍ୱେଶାଲ୍ ଆପିଅରାନ୍ସରେ ଦେଖିବାକୁ ମିଳିବ ସରମନ୍ ଯୋଶୀ , ସନ୍ନି ଲିଓନି ଓ ରଣବୀର କପୁର ଓ ଗୌହର ଖାନ୍ । ଅକ୍ଟୋବର ୧୪ ରେ ରିଲିଜ ହେବ ଏହି ରୋମାଣ୍ଟିକ୍ କମେଡି ମୁଭି ‘ଫୁଦୁ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/hqdefault-72.jpg)