ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଛାଡ ଘଟଣା ! ମହାରାଷ୍ଟ୍ରରେ ଚାଷୀଙ୍କ ଋଣ ଛାଡ ପାଇଁ ଦାବି କଲା ଶିବସେନା

29

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଛାଡ ହୋଇଥିବା ବେଳେ ଏବେ ଶିବସେନା ମହାରାଷ୍ଟ୍ରରେ ଚାଷୀଙ୍କ ଋଣ ଛାଡ କରିବାକୁ ଦାବି କରିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିିସଙ୍କୁ ରୁଣ ଛାଡ ପାଇଁ ଅପିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ତୁରନ୍ତ ନିଷ୍ପତି ନେଇଥିବାରୁ ଯୋଗୀ ସରକାରଙ୍କୁ ଉଦ୍ଧବ ଠାକରେ ଧନ୍ୟବାଦ ଦେଇଛନ୍ତି ।

ଉଦ୍ଧବ କହିଛନ୍ତି, ଯୋଗୀ ଆଦିତ୍ୟନାଥ ୟୁପିରେ ପ୍ରମାଣିତ କରି ଦେଖାଇଛନ୍ତି, ଚାଷୀଙ୍କୁ ରୁଣ ଛାଡ ପ୍ରତିଶ୍ରୁତି କେବଳ ନିର୍ବାଚନୀ ପ୍ରତିଶ୍ରୁତି ନଥିଲା । ଏବେ ଯୋଗୀଙ୍କ ରାସ୍ତାରେ ଚାଲି ଫଡନବିସ ମଧ୍ୟ କୃଷକଙ୍କ ଦୁଃଖକୁ ବୁଝନ୍ତୁ ବୋଲି ଉଦ୍ଧବ ଠାକରେ କହିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଅଂଶୀଦାର ଦଳ ଶିବସେନାର ଏପରି ଦାବି ପରେ ଏବେ ଫଡନବୀସଙ୍କ ନିଷ୍ପତି ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।