ଶିରିଡି ସାଇଙ୍କ ସମାଧିର ଶହେ ବର୍ଷ ପୂର୍ତ୍ତି : ସାଇ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

45

କନକ ବ୍ୟୁରୋ : ସାଇ ଶରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶିରିଡି ସାଇଙ୍କ ସମାଧିର ଶହେ ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ରର ଶିରିଡି ସାଇ ପୀଠରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରର ଭିଜିଟର ପୁସ୍ତକରେ ବି ମୋଦି ନିଜର ମତ ରଖିଛନ୍ତି । ଶିରିଡିରେ ପ୍ରଧାନମନ୍ତ୍ରୀ ଏକ ରାଲିରେ ସମ୍ବୋଧନ କରିବା ସହ ଅନେକ ଯୋଜନାର ଶୁଭାରମ୍ଭ ବି କରିଛନ୍ତି । ମୋଦି ମରାଠୀରେ ଅଭିଭାଷଣ ଆରମ୍ଭ କରି ଦେଶବାସୀଙ୍କୁ ବିଜୟାଦଶମୀର ଶୁଭକାମନା ଜଣାଇଥିଲେ । ସାଇଙ୍କୁ ମନେ ପକାଇଲେ ଲୋକମାନଙ୍କର ସେବା କରିବା ପାଇଁ ଉତ୍ସାହ ମିଳିବ । ସାଇ ସମାଜର ଥିଲେ ଏବଂ ସମାଜ ସାଇଙ୍କର ଥିଲା । ସାଇଙ୍କ ଚରଣରେ ରହି ଗରିବଙ୍କ ପାଇଁ କାମ କରିବା ହେଉଛି ସୌଭାଗ୍ୟ ବୋଲି କହିଛନ୍ତି ମୋଦି ।

ସମାଧିର ଶହେ ବର୍ଷ ପୂର୍ତ୍ତି ଅବସରରେ ଶିରିଡି ସାଇ ନ୍ୟାସ ପକ୍ଷରୁ ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅକ୍ଟୋବର ପହିଲାରେ ରାଷ୍ଟପତି ରାମନାଥ କୋବିନ୍ଦ ଶତାବ୍ଦୀ ସମାରୋହର ଉଦଘାଟନ କରିଥିଲେ । ଦେରେ ଶିରିଡ ସାଇଙ୍କ ହଜାର ହଜାର ଭକ୍ତ ରହିଛନ୍ତି । ମହାରାଷ୍ଟ୍ର ଅହମ୍ମଦନଗର ଶିରିଡି ଗାଁରେ ସାଈର ଧାର୍ମିକ ସ୍ଥଳ ରହିଛି । ୧୯୧୮ ମସିହା ବିଜୟାଦଶମୀରେ ସିରିଡି ସାଈଙ୍କ ଦେହାବସାନ ହୋଇଥିଲା ।