୧୧ବର୍ଷ ପରେ ପାରାଦ୍ୱୀପରେ ଲାଗିଲା ବିଦେଶୀ ପର୍ଯ୍ୟଟକଙ୍କ ଜାହାଜ ! ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରୁ ଆସିଲେ ୬୨ ଯାତ୍ରୀ

197

କନକ ବ୍ୟୁରୋ : ପାରାଦ୍ୱୀପ୍ ବନ୍ଦରରେ ଲାଗିଲା ଯାତ୍ରୀବାହୀ ଜାହାଜ । ୬୨ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଆଜି ପାରାଦ୍ୱୀପ୍ ପହଁଚିଛି ଯାତ୍ରୀବାହୀ ଜାହାଜ ଏମଭି ସିଲଭର୍ ଡିସ୍କଭରର୍ । ଏହି ଜାହାଜରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାର ପର୍ଯ୍ୟଟକ ରହିଛନ୍ତି । ଆଜି ଜାହାଜ ଲାଗିବା ପରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ପାରମ୍ପରିକ ରୀତିରେ ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ପର୍ଯ୍ୟଟକ ମାନେ ରାଜ୍ୟର ବିଭିନ୍ନ ବୌଦ୍ଧ କୀର୍ତ୍ତିରାଜି ପରିଦର୍ଶନ କରିବେ । ପର୍ଯ୍ୟଟକଙ୍କର ପ୍ରଥମେ ଯାଜପୁର ରତ୍ନଗିରି ଓ ଲଳିତଗିରି ଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପହଁଚି ପର୍ଯ୍ୟଟକ ଖୁସି ପ୍ର୍ରକାଶ କରିଛନ୍ତି । ସେପଟେ ପ୍ରତିଦିନ ପାରାଦ୍ୱୀପରେ ମାଲବାହୀ ଜାହାଜ ଲାଗୁଥିବା ବେଳେ ଯାତ୍ରୀବାହୀ ଜାହାଜ ଲାଗିବା ସ୍ଥାନୀୟ ଅଂଚଳରେ ଖୁସି ଖେଳାଇଦେଇଛି । ଜାହାଜ ଦେଖିବାକୁ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।