ଗୋଟିଏ ମାତ୍ର ଭୁଲ ପାଇଁ ତଳିତଳାନ୍ତ ହୋଇଗଲେ ‘ଗ୍ୟାଙ୍ଗଷ୍ଟର’ର ମୁଖ୍ୟ ଅଭିନେତା ! ଏବେ କାମ ପାଇଁ ବୁଲୁଛନ୍ତି ଦ୍ୱାର ଦ୍ୱାର

51

ପ୍ରଥମ ସିନେମାରୁ ହିଁ ବେଷ୍ଟ ଡେବ୍ୟୁ ଆୱାର୍ଡ ମିଳିଥିବା ଅଭିନେତା ସାଇନୀ ଆହୁଜା ଏବେ କାମ ପାଇଁ ଦ୍ୱାର ଦ୍ୱାର ବୁଲୁଛନ୍ତି । ମାତ୍ର ଗୋଟିଏ ଭୁଲ ପାଇଁ ନିଜର ଷ୍ଟାରଡମ୍ ହରାଇ ବସିଛନ୍ତି ସେ । ଆଜି ଏହି ନାୟକଙ୍କୁ ନା ମିଳୁଛି କାମ ନା ହିଁ ବଲିଉଡ ଜଗତ ତାକୁ ପଚାରୁଛି ।

ସାଇନୀ ଆହୁଜା ନିଜର ପ୍ରଥମ ସିନେମାରୁ ଲୋକଙ୍କୁ ଜଣାଇ ଦେଇଥିଲେ କି ସେ ବହୁତ ଦିନ ପର୍ଯ୍ୟନ୍ତ ସିନେ ଜଗତରେ ତିଷ୍ଠି ରହିବେ ଏବଂ ଗୋଟିଏ ପରେ ଗୋଟିଏ ହିଟ ସିନେମା ଦେବା ପରେ ନିର୍ମାତା-ନିର୍ଦ୍ଦେଶକ ମଧ୍ୟ ସାଇନୀଙ୍କୁ ବାକି ତାରକାଙ୍କ ପାଇଁ ଟକ୍କର ବୋଲି ଭାବିବାରେ ଲାଗିଲେ ।

କିନ୍ତୁ ତାଙ୍କର ଗୋଟିଏ ମାତ୍ର ଭୁଲ ତାଙ୍କର ଜୀବନର ଗତିପଥ ବଦଳାଇ ଦେଇଥିଲା । ୨୦୦୯ରେ ଘରର ଚାକରାଣୀ ତାଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ ଓ ଅନେକ ଚାଞ୍ଚଲ୍ୟକର ଖୁଲାସା ମଧ୍ୟ କରିଥିଲେ । ଏହି ମାମଲା ଏତେ ବଢିଗଲା ଯେ ତାଙ୍କ ପେଶାଦାର ଜୀବନ ପୁରା ଡୁବିଗଲା । ଦୁଷ୍କର୍ମ କେସରେ ସାଇନୀ ଆହୁଜାଙ୍କୁ ୭ ବର୍ଷର ଜେଲ ଦଣ୍ଡ ଶୁଣାଯାଇଥିଲା ।

ମାତ୍ର ସେ ଏହି ମାମଲାରେ ୨୦୧୧ରେ ଜେଲରୁ ମୁକୁଳି ଯାଇଥଇଲେ । କିନ୍ତୁ ଏହି କେସ ତାଙ୍କ କ୍ୟାରିୟରକୁ ପୁରାପୁରି ନଷ୍ଟ କରିଦେଲା । ବିଗତ ଦିନର ଏହି ଲୋକପ୍ରିୟ ନାୟକଙ୍କ ପାଖରେ ଆଜିକା ଦିନରେ ଗୋଟିଏ ବି ସିନେମାର ଅଫର ନାହିଁ । କହିବାକୁ ଗଲେ ସେ ଏବେ ପୁରା ଦେବାଳିଆ ଅବସ୍ଥାରେ ଗତି କରୁଛନ୍ତି ।