ଶିମଲାରେ ଜଳ ସଙ୍କଟକୁ ନେଇ ଶୁଭୁଛି ତ୍ରାହି ତ୍ରାହି ! ୫ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ ।

94

ପାହାଡର ରାଣୀଭାବେ ପରିଚିତ ହିମାଞ୍ଚଳ ପ୍ରଦେଶର ରାଜଧାନୀ ଶିମଲାରେ ଜଳ ସଙ୍କଟ ବଢ଼ିବାରେ ଲାଗିଛି । ସେଥି ପାଇଁ ହିମାଞ୍ଚଳ ସରାକରଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା କାଲି ଠାରୁ ଜୁନ -୮ ପର୍ଯ୍ୟନ୍ତ ଶିମଲାର ସମସ୍ତ ସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଏକ ନୋଟିସ୍ ଜରିଆରେ କୁହିଛନ୍ତି ରାଜ୍ୟ ସରକାର । ଗ୍ରୀଷ୍ମକାଳୀନ ଋତୁରେ ଶିମଲାରେ ଜଳ ସଙ୍କଟରେ ପ୍ରଭାବିତ ହେଉଛନ୍ତି ଶିମଲାବାସି । ଯାହାକୁ ନେଇ ଶିମଲାରେ ଜନ ଅସନ୍ତୋଷ ଦେଖା ଯାଉଥିବାବେଳେ ଲୋକମାନେ ରାଜରାସ୍ତାକୁ ଆସି ବିକ୍ଷୋବ ପ୍ରଦର୍ଶନ କରୁଛନ୍ତି । ତେବେ ହିମାଞ୍ଚଳ ପ୍ରଦେଶ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଅମର ଦେବ ଜାରି କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, ଗ୍ରୀଷ୍ମକାଳୀନ ଛୁଟି ପରେ ଦିଆଯାଇଥିବା ଏହି ପାଞ୍ଚ ଦିନ ଛୁଟିକୁ ଆଗାମୀ ଜୁଲାଇରେ ହେବାକୁ ଥିବା ମନସୁନ ଛୁଟି ସମୟରେ ସ୍କୁଲ ଖୋଲାରହିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ହୀମଗିରି ପରିଧି ମଧ୍ୟରେ ଥିବା ଶିମଲାରେ ବର୍ତ୍ତମାନ ଜଳ ସଙ୍କଟ ନେଇ ତ୍ରାହି ତ୍ରାହି ଶୁଭୁଛି । ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ଜଳକୁ ନେଇ ୨ ସପ୍ତାହରୁ ଉଦ୍ଧ୍ୱର୍ ଦିନ ଧରି ଆଉଟୁ ପାଉଟୁ ହେଉଛନ୍ତି । ମୁନ୍ଦେ ପାଣି ପାଇଁ ମଧ୍ୟ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋବ କରୁଥିବା ନଜିର ମଧ୍ୟ ସମ୍ନାକୁ ଆସିଛି । ତେଣୁ ଏନେଇ ହିମାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଦିଲ୍ଲୀରେ ପହଁଚି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳକୁ ଏ ବାବଦରେ ଅବଗତ କରାଇଛନ୍ତି । ହିମାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ ଚଳିତ ବର୍ଷ ହିମାଞ୍ଚଳରେ ସ୍ୱାଭାବିକ ବର୍ଷାର ପରିମାଣ ଠାରୁ କମ ରହିଥିବାବେଳେ ଶିମଲାରେ ପାରମ୍ପାରିକ ଜଳ ସ୍ଥର ମଧ୍ୟ ହ୍ରାସ ପାଇଛି । ତେଣୁ ଏଭଳି ଜଳ ସଙ୍କଟ ଦେଖାଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏକ ରିପୋର୍ଟ ଆଧାରରେ ଜଣାପଡିଛି ଯେ , ଏଭଳି ଜଳ ସଙ୍କଟ ପାଇଁ ଶିମଲା ଭଳି ଐତିହାସିକ ପର୍ଯ୍ୟଟକ ସ୍ଥଳୀକୁ ଚଳିତ ବର୍ଷ ୨୦ ପ୍ରତିଶତ ପର୍ଯ୍ୟଟକ କମ୍ ଆସିଛନ୍ତି । ସେପଟେ ପ୍ରଭାବିତ ହେଉଥିବା ବାସିନ୍ଦା ପର୍ଯ୍ୟଟକମାନଙ୍କୁ ଶିମଲା ନ ଆସିବା ପାଇଁ ସୋସିଆଲ ମିଡିଆରେ ପରାମର୍ଶ ଦେଉଛନ୍ତି । କାରଣ ପାହାଡର ରାଣୀ କୁହାଯାଉଥିବା ଶିମଲାରେ ଏବେ ଜଳ ସଙ୍କଟ କରାଳ ରୂପ ନେବାରେ ଲାଗିଛି ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି । ଶିମଲାର ଜଳ ସଙ୍କଟର ପ୍ରଭାବ କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ ବରଂ ଭିଆଇପି ଏବଂ ଭିଭିଆଇପି ମାନଙ୍କ ଉପରେ ପଡିଥିବା ଦେଖିବାକୁ ମଳିଛି । ତେଣୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟ କେଉଁ ଭିଆଇପି ବା ଭିଭିଆଇପିଙ୍କୁ ଟ୍ୟାଙ୍କର ଯୋଗେ ପାଣି ଦେବାକୁ ବାରଣ କରାଯାଇଛି ।