ଚାରିକାନ୍ଥ ଭିତରୁ ବାହାରି ସମାଜ ସହିତ ମିଶିଲେ କଏଦୀ : ସିମଲାର ଏକ କଫି ହାଉସ୍ ରେ ସ୍ୱାଦିଷ୍ଟ ସ୍ନାକ୍ସ ଓ ପାନୀୟ ପଦାର୍ଥ ପ୍ରଦାନ କରି ବନିଲେ ଆତ୍ମ ନିର୍ଭରଶୀଳ

52

ଯଦି ଆପଣ ଖରା ଦିନରେ ଛୁଟି ମନେଇବା ପାଇଁ ସିମଲା ଯାଉଛନ୍ତି, ତେବେ ଏକ ଭଲ ସୁଯୋଗ ଅଛି ଆପଣଙ୍କ ପାଇଁ । ଆପଣ ଶିଖର ଦେଶରେ ଥିବା ବୁକ୍ କେଫେ ନାମକ ଏକ ବିଚିତ୍ର ଓ ଛୋଟ ଭୋଜନାଳୟ କୁ ଅତିକ୍ରମ କରିବେ । ସାରା ଦୁନିଆରେ କେଫେର ବିକଳ୍ପ ନାହିଁ । ଏହା ସ୍ୱାଦିଷ୍ଟ ସ୍ନାକ୍ସ ଓ ପାନୀୟ ପଦାର୍ଥ ସହିତ ଲୋଭନୀୟ ଦୃଶ୍ୟ ବି ଲୋକଙ୍କୁ ଅଫର୍ କରେ ।

ଆପଣଙ୍କୁ ଏହା ବି ଜଣାଥିବା ଜରୁରୀ ଯେ, ଏହି କେଫେ ୪ଜଣ କଏଦୀଙ୍କ ଦ୍ୱାରା ପରିଚାଳିତ ହୁଏ । ଯାହାକି ବର୍ତ୍ତମାନ ସିମଲାର କୈଥୁ ଜେଲ୍ ରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

କଏଦୀଙ୍କୁ ଥଇଥାନ କରିବା ପାଇଁ ଓ ରୋଜଗାରକ୍ଷମ ହେବାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯାଇଥାଏ । ୨୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ କେଫେରେ ପାଖାପାଖି ୪୦ଜଣ ଲୋକ ବସିପାରିବେ । ଏହା ନିଜ ଗ୍ରାହକଙ୍କୁ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ କିଛି ସ୍ୱାଦିଷ୍ଟ ବିସ୍କୁଟ ଓ ପିଜ୍ଜା ପ୍ରଦାନ କରେ ।

ଜଣେ କଏଦୀଙ୍କ କହିବାନୁସାରେ, ଏହି କେଫେ ତାଙ୍କୁ ଦୁନିଆ ସହିତ ଜଡିତ କରାଇଛି । ଏହା ତାଙ୍କ ୪ଜଣଙ୍କ ଦ୍ୱାରା ସ୍ୱତନ୍ତ୍ର ରୂପେ ପରିଚାଳିତ ହେଉଛି । ଏହା ସହିତ ଆଗନ୍ତୁକ ଓ ସ୍ଥାନୀୟ ଲୋକଙ୍କୁ ତାଙ୍କ ସହ କଥାବାର୍ତ୍ତା ହେବାରେ କୈାଣସି ଶଙ୍କା ନଥାଏ । ପ୍ରକୃତରେ ସେମାନେ ତାଙ୍କ କଟ୍ଟରପନ୍ଥୀ ପରିବର୍ତ୍ତନ ବିଷୟରେ ଜାଣିବାକୁ ଚାହାଁନ୍ତି । ଏହା ବ୍ୟତୀତ ଏହି ବୁକ୍ କେଫେ ରେ ସମସ୍ତ ଶୈଳୀର ବହି ସହିତ ମାଗଣା ୱାଇ-ଫାଇ ସେବା ଉପଲବ୍ଧ ।