‘ଭାବିଜୀ ଘର ପର ହେଁ’ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର : କଂଗ୍ରେସରେ ଯୋଗ ଦେଲେ ‘ବିଗ ବସ୍’ ବିଜୟିନୀ ଶିଲ୍ପା ସିନ୍ଧେ

143

‘ବିଗ ବସ୍’ ଓ ‘ଭାବିଜୀ ଘର ପର ହେଁ’ ସେଟରୁ ହିଟ୍ ହୋଇଥିବା ଶିଲ୍ପା ସିନ୍ଧେଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ।  ବିଗ୍ ବସ୍ ଜିତିବା ପରେ କିଛି ଖାସ୍ କାମ ମିଳୁନଥିଲା । ଏହା ମଧ୍ୟରେ ସେ ମଙ୍ଗଳବାର ଦିନ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି । ମୁମ୍ବାଇ କଂଗ୍ରେସ କମିଟି ଅଧ୍ୟକ୍ଷ ଓ ଦଳୀୟ ନେତା ଚରଣ ସିଂହଙ୍କ ଉପସ୍ଥିତିରେ ଶିଲ୍ପା ସିନ୍ଧେ କଂଗ୍ରେସରେ ଯୋଗ ଦେଇଛନ୍ତି ।

ସିନ୍ଧେ ୧୯୯୯ ମସିହାରେ ଲୋକପ୍ରିୟ ସିରିୟଲ୍ ‘ଭାବିଜୀ ଘର ପର ହେଁ’’ରେ ଅଙ୍ଗୁରି ଭାବି ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ୨୦୧୬ ମସିହାରେ ସେ ସୋ’ ଛାଡ଼ି ଦେଇଥିଲେ। ୨୦୧୭ ମସିହା ଅକ୍ଟୋବରରେ ସେ ଟିଭି ରିୟଲିଟି ସୋ’ ‘ବିଗ ବସ୍-୧୧’ରେ ଭାଗ ନେଇ ବିଜୟିନୀ ହୋଇଥିଲେ। ଶିଳ୍ପା ୧୯୭୭ ମସିହାରେ ମହାରାଷ୍ଟ୍ରର ଏକ ମଧ୍ୟମ ବର୍ଗ ପରିବାରୁ ଆସନ୍ତି ।  ଶିଳ୍ପାଙ୍କ ବାପା ସତ୍ୟଦେବ ସିନ୍ଧେ ଥିଲେ ହାଇକୋର୍ଟର ଜଜ୍ । ତାଙ୍କର ୨୦୧୩ ମସିହାରେ ପରଲୋକ ହୋଇଥିଲା।