ବିମୁଦ୍ରାକରଣ ପ୍ରଭାବ! ବନ୍ଦ ହେବା ଉପରେ ଶିଳ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ କମ୍ପାନୀ

45

ମୋଦୀ ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ପରେ ଅନେକ କମ୍ପାନୀ ସଙ୍କଟରେ ଥିବାର ଖବର ଆସୁଛି । ଅନ୍ୟ କମ୍ପାନୀ ପରିି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କମ୍ପାନୀ ମଧ୍ୟ କ୍ଷତିରେ ଚାଲୁଛି । ତେଣୁ ଅସ୍ଥାୟୀ ରୂପେ ଏହାକୁ ବନ୍ଦ କରି ଦିଆ ଯାଇଥିବା ସୂଚନା ମିଳିଛି । ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଶପିଙ୍ଗ ଚ୍ୟାନେଲ “ବେଷ୍ଟ ଡିଲ ଟିଭି’ର ସିଇଓ ଥିଲେ କିନ୍ତୁ ଏବେ ସେ ଏଇ କମ୍ପାନୀରୁ ଇସ୍ତଫା ଦେଇ ସାରିଛନ୍ତି । କାରଣ କମ୍ପାନୀ ବିଗତ ବର୍ଷ ଆରମ୍ଭରୁ ହିଁ ଦେବାଳିଆ ହେବା ଉପରେ ଥିଲା ।

ଦ ଇକୋନମିକ୍ସ ଟାଇମ୍ସ ଅନୁସାରେ ରାଜ କୁନ୍ଦ୍ରା ୧୫ ଡିସେମ୍ବରରେ କମ୍ପାନୀକୁ ନିଜର ଇସ୍ତଫା ପଠାଇଥିଲେ । ଏଥିରେ ସେ ଲେଖିଥିଲେ ମୁଁ ସିଇଓ ପଦରୁ ଇସ୍ତଫା ଦେଉଛି । ନୋଟବନ୍ଦୀ ନେଇ ସେ କହିଛନ୍ତି, ଏହା ଏକ ସାହସିକ ପଦକ୍ଷେପ ଓ ଦେଶ ପାଇଁ ଜରୁରୀ ।  କିନ୍ତୁ ଦୁର୍ଭାଗ୍ୟବଶତଃ ଆମ କମ୍ପାନୀ ପାଇଁ ନୋଟବନ୍ଦୀ କ୍ଷତିକାରକ ସାବ୍ୟସ୍ତ ହେବ ।

କମ୍ପାନୀରୁ ରାଜ କୁନ୍ଦ୍ରା ଇସ୍ତଫା ଦେବା ପରେ ବେଷ୍ଟ ଡିଲ କମ୍ପାନୀ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । କ୍ୟାସ ସମସ୍ୟା ନେଇ ଡେଲୀଭରିରେ ଅସୁବିଧା ହେଉଥିବାରୁ କମ୍ପାନୀ କ୍ଷତିରେ ରହୁଛି । ଏପରି ହେବା ଦ୍ୱାରା କମ୍ପାନୀ ନିଜର ଆଭ୍ୟନ୍ତରୀଣ ଖର୍ଚ୍ଚ ଉଠାଇବା ପାଇଁ ସମର୍ଥ ହେଇ ପାରୁନାହିିଁ । ଏଥିଯୋଗୁଁ କମ୍ପାନୀ ବନ୍ଦ ହେବ ବୋଲି ଜଣାପଡିଛି ।