ଶିଖର ଧୱନଙ୍କୁ ନେଇ ମୁହଁ ଖୋଲିଲେ କ୍ୟାପଟେନ କୋହଲି! ଖୁବଶୀଘ୍ର ମୈଦାନରେ ଦେଖିବାକୁ ମିଳିବ ଧୱନଙ୍କ ଧୂଆଁଧାର ବ୍ୟାଟିଂ ।

495

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହେବା ପରେ ମୁହଁ ଖୋଲିଛନ୍ତି କ୍ୟାପଟେନ କୋହଲି । ଏହି ମ୍ୟାଚ୍ ରଦ୍ଦ ହେବା ପରେ କୋହଲି କହିଛନ୍ତି, ଏହା ଆମ ପାଇଁ ଅତି ନିରାଶାଜନକ । ବର୍ଷା ହେବା କାରଣରୁ ଗୋଟିଏ ବି ବଲ୍ ପଡିଲା ନାହିଁ । ତେବେ ଯେଉଁ ପଡିଆରେ ଖେଳିବା ସୁରକ୍ଷିତ ନୁହେଁ ସେଠାରେ ଖେଳିବା ଉଚିତ୍ ନୁହେଁ । ଏପରିକି ଏଭଳି ସମୟରେ କୌଣସି ଖେଳାଳି ଆହତ ହୁଅନ୍ତୁ ତାହା ଆମେ ଚାହୁଁନାହୁଁ ।

ଏହି ଟୁର୍ଣ୍ଣାମେଣ୍ଟରେ ଆମେ ଦୁଇଟି ମ୍ୟାଚରେ ବିଜୟୀ ହୋଇଛୁ । ତେଣୁ ଆଗାମୀ ମ୍ୟାଚ୍ ନେଇ ଆମେ ବିଶେଷ ଚିନ୍ତିତ ରହୁନାହୁଁ । ଦୁଇଟି ମ୍ୟାଚ୍ ଜିତିବା ପରେ ଆମର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ତେବେ ପ୍ରାକ୍ଟିସ ସେସନରେ ଆମକୁ ଜଗିବାକୁ ପଡିବ । ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ କୋହଲି ବଡ ବୟାନ ଦେଇଛନ୍ତି । ଆମ ଟିମ୍ ସମ୍ପୂର୍ଣ୍ଣ ଭାବେ ଫିଟ୍ ରହିଛି । ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଯେଉଁ ଖେଳାଳି ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଉଛନ୍ତି ସେମାନଙ୍କୁ ଡର ଲାଗିବ । ଆମ ଟିମରେ ଦକ୍ଷତା ସର୍ମ୍ପନ୍ନ ଖେଳାଳି ରହିଛନ୍ତି ।

ଏସବୁ ଭିତରେ ଟିମ୍ ଇଣ୍ଡିଆର ଗବ୍ୱର କୁହାଯାଉଥିବା ଶିଖର ଧୱନଙ୍କୁ ନେଇ ଖୁସିଖବର ଦେଇଛନ୍ତି ବିରାଟ କୋହଲି । ଆଙ୍ଗୁଠିରେ ଆଘାତ ପାଇ ଆହତ ହୋଇଥିବା ଶିଖର ଧୱନ ଖୁବଶୀଘ୍ର ମୈଦାନକୁ ଓହ୍ଲାଇବେ ବୋଲି ସଂକେତ ଦେଇଛନ୍ତି ବିରାଟ । ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ ଗୁଡିକରେ ଶିଖର ପୁଣିଥରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି ବୋଲି କହିଛନ୍ତି ବିରାଟ । ଏହାସହ ସେମିଫାଇନାଲ ବେଳକୁ ଶିଖର ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଯାଇଥିବେ ବୋଲି କହିଛନ୍ତି କୋହଲି । ଏବେ କିଛି ସପ୍ତାହ ପର୍ଯ୍ୟନ୍ତ ଶିଖରଙ୍କ ହାତରେ ପ୍ଲାଷ୍ଟର ରହିବ । ଏହାପରେ ହାତର ଯାଞ୍ଚ କରାଯିବା ପରେ ମୈଦାନକୁ ଓହ୍ଲାଇବେ ଧୱନ ।