ପଂଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ସଂଘର୍ଷ : ଶେରଗଡରେ ବିଜେଡିର ଗୋଷ୍ଠୀ ସଂଘର୍ଷରେ ୬ଆହତ

18

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଏହାକୁ ନେଇ ସାରା ରାଜ୍ୟର ବାତାବରଣ ଉଷୁମ ଥିବା ବେଳେ ବିଭିିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଶେଷ କରି ଗଂଜାମ ଜିଲ୍ଲାରେ ପ୍ରାକ୍ ନିର୍ବାଚନୀ ହିଂସା ଓ ଗୋଷ୍ଠୀ ସଂଘର୍ଷର ଭୟାନକ ଚିତ୍ର ଦେଖିବାକୁ ମିଳିଛି ।

ଶେରଗଡ଼ ବ୍ଳକ କୃଷ୍ଣଛାଇ ପଂଚାୟତରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ୨୫ରୁ ଅଧିକ ଲୋକଙ୍କୁ ପୁଲିସ ଏ ନେଇ ଅଟକ ରଖିଛି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :