୮୨ ବର୍ଷୀୟ ମେଷପାଳକ କୈାଣସି ପରିବେଶବିତ୍ ଠାରୁ କମ୍ ନୁହଁନ୍ତି : ୧୪ଟି ପୋଖରୀ ଖୋଳି ନିଜ ଗାଁକୁ ସବୁଜିମାରେ ଦେଇଛନ୍ତି ଭରି

59

ବିହାରର ଦଶରଥ ମାଂଝି ୨୨ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ସେବେଠୁ ତାଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଏମିତି କି ତାଙ୍କ ଜୀବନୀକୁ ନେଇ ‘ମାଂଝି : ଦ ମାଉଣ୍ଟେନ୍ ମ୍ୟାନ୍’ ନାମରେ ଏକ ଚଳଚ୍ଚିତ୍ର ବି ନିର୍ମାଣ ହୋଇଥିଲା। ଏବେ ଆଉ ଜଣେ ମାଂଝି ସାମ୍ନାକୁ ଆସିଛନ୍ତି।

ତେବେ ସେ ପାହାଡ଼ ନୁହେଁ, ବରଂ ୧୪ଟି ପୋଖରୀ ଖୋଳିଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟା ନିବାସୀ ଏହି ବ୍ୟକ୍ତି ଜଣକ ହେଉଛନ୍ତି କାମେଗୌଡ଼ା। ୮୨ ବର୍ଷୀୟ କାମେଗୌଡ଼ା ଏକାକୀ ୧୪ଟି ଛୋଟ ବଡ଼ ପୋଖରୀ ଖୋଳି ସ୍ଥାନୀୟ ତଥା ସେହି ବାଟ ଦେଇ ଯାଉଥିବା ଅନେକ ଲୋକଙ୍କ ପାଇଁ କିମ୍ବଦନ୍ତୀ ସାଜିଛନ୍ତି। ବେଙ୍ଗାଲୁରୁ-ମହାବଳୀ-କୋଲେଗଲ ରାସ୍ତାରେ ଏବେ ଯେ କେହି ଯାଉଛନ୍ତି, କାମେଗୌଡ଼ାଙ୍କ କଥା ଶୁଣିବାକୁ ପାଉଛନ୍ତି। ଜିଲ୍ଲାର ଡାସନାଡୋଡିରେ ଏବେ କାମେଗୌଡ଼ା ନିଜ ପରିବାର ସହିତ କୁଡ଼ିଆ ଘରେ ବାସ କରୁଛନ୍ତି।

ପାଖାପାଖି ୪୦ ବର୍ଷ ପୂର୍ବେ ଯେବେ ତାଙ୍କୁ ଅନୁଭବ ହେଲା କି ତାଙ୍କ ଗାଁର ବନ୍ଧ୍ୟା କୁଣ୍ଡିନିବେଟା ପାହାଡ ପାଖରେ କୈାଣସି ସବୁଜିମା ନାହିଁ । ସେ ସେଇଠି ମେଷ ଚରାଉଥିବା ବେଳେ ଦେଖିଲେ ଯେ, ପଶୁପକ୍ଷୀ ପାହାଡ ଉପରେ ପାଣିକୁ ଝୁରୁଛନ୍ତି ବା ପାଣିର ଅଭାବକୁ ଅନୁଭବ କରୁଛନ୍ତି । ବର୍ଷା ଦ୍ୱାରା ଯେଉଁ ପାଣି ପ୍ରାପ୍ତ ହେଲା, ତାହା ପାହାଡରୁ ବହିଯାଏ । ତାଙ୍କ ମୁଣ୍ଡକୁ ଏକ ଆଇଡିଆ ଆସିଲା । ପଶୁପକ୍ଷୀଙ୍କ ପାଇଁ ମାଟି ଖୋଳି ପୋଖରୀର ବିକାଶ କଲେ କେମିତି ହୁଅନ୍ତା ? ତାଙ୍କୁ ଠିକ୍ ରେ ମନେ ନଥିଲେ ବି ସେ ଏପର୍ଯ୍ୟନ୍ତ ନିଜ ନାତି ନାଁରେ ୧୪ ଟି ପୋଖରୀ ଡିଜାଇନ, ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ୧୦-୧୫ ଲକ୍ଷ ଟଙ୍କାରୁ କମ୍ ଖର୍ଚ୍ଚ କରିନାହାଁନ୍ତି । ପାଖାପାଖି ସମସ୍ତ ଟଙ୍କା ନିଜ ପୁରା ଜୀବନରେ ଜିତିଥିବା ବିଭିନ୍ନ ପୁରସ୍କାରରୁ ଆସିଛି ।

୮୨ ବର୍ଷୀୟ କାମେଗୈାଡା ନିଜ ୧୪ଟି ପୋଖରୀର ରକ୍ଷଣାବେକ୍ଷଣରେ ଏତେ ମଗ୍ନ ହୋଇଯାଇଥିଲେ ଯେ, ତାଙ୍କ ଗାଁ ଲୋକେ ଓ ସଂପର୍କୀୟ ମାନେ ତାଙ୍କୁ ପାଗଳ କହିଲେ । ଗତ ୪୦ ବର୍ଷରୁ ପାଖାପାଖି ସମୟ ୫ଟାରୁ ୯ଟା ମଧ୍ୟରେ, ସେ ପୋଖରୀ ଖୋଳୁଥିଲେ ଓ ମେଣ୍ଢାଙ୍କୁ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚରାଉଥିଲେ । ସେ କହିଛନ୍ତି କି, କେବେ କେବେ ସେ ଲ୍ୟାମ୍ପ ଧରି ପାହାଡକୁ ପୋଖରୀ ଖୋଳିବା ପାଇଁ ଯାଉଥିଲେ ତ କେବେ ପୂର୍ଣ୍ଣିମା ଥିଲେ ତାଙ୍କୁ ଆହୁରି ସହଜ ହୋଇଯାଉଥିଲା । ଅଧିକାଂଶ ସମୟରେ ସେ ପରିବେଶ ସୁରକ୍ଷା କଥା ଚିନ୍ତା କରିଥାନ୍ତି। ତେଣୁ ନିୟମିତ ଭାବେ ଛେଳି ଚରାଇବା ସମୟରେ ସେ ଗଛ ଲଗାଇବାରେ ଓ ପୋଖରୀ ଖୋଳିବାରେ ସମୟ ବିତାଇଥାନ୍ତି। ଏ ପର୍ଯ୍ୟନ୍ତ ମୋଟ ୧୪ଟି ପୋଖରୀ ଖୋଳିଥିବା କାମେଗୌଡ଼ା ୨୦୧୭ରେ ଏକାଥରେ ୬ଟି ପୋଖରୀ ଖୋଳିଥିଲେ।