କନକ ନ୍ୟୁଜର ମହାପ୍ରଭାବ । ଡାର୍ଟି ଡାଡ଼ିଙ୍କ ହାତରେ ହାତକଡ଼ି, ଫୟାଜଙ୍କ ସହ ୩ ଗିରଫ ।

କନକ ନ୍ୟୁଜର ମହାପ୍ରଭାବ , ବନ୍ଧା ହେଲେ ଡାର୍ଟି ଡାଡ଼ି ।

119

କନକ ବ୍ୟୁରୋ: ଢେଙ୍କାନାଳ ସେଲଟର ହୋମରେ ଯୌନ ନିର୍ଯ୍ୟାତନା ମାମଲା। କନକ ନ୍ୟୁଜର ମହାପ୍ରଭାବ । ଶେଷରେ ବନ୍ଧା ହେଲେ ‘ଗୁଡ଼ ନ୍ୟୁଜ ଇଣ୍ଡିଆ’ ସେଲଟର ହୋମର ମୁଖ୍ୟ ଫୟାଜ ରେହମାନ । ଫୟାଜଙ୍କୁ ଗିରଫ କଲା ପୋଲିସ। ଫୁଲନଖରା ଅନନ୍ତପୁର ଅଞ୍ଚଳରୁ ଫୟାଜଙ୍କୁ ଗିରଫ କଲା ପୋଲିସ । ଏହାସହ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ସୀମାଞ୍ଚଳ ନାୟକ ଓ ଉଦିତ ଲିମାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ତେବେ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ସେଲଟର ହୋମକୁ କିଭଳି ବିଦେଶୀମାନେ ଆସୁଥିଲେ ଓ ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ କନକ ନ୍ୟୁଜ୍ କ୍ୟାମେରା ସାମ୍ନାରେ ଅଭିଯୋଗ କରିଥିଲେ ଅନ୍ତେବାସୀ । ଅନ୍ତେବାସୀ ଝିଅ ମାନଙ୍କୁ କିସ୍ କରିବା ଓ ହଗ୍ କରିବା ନେଇ ଗତକାଲି ସଫେଇ ରଖିଥିଲେ ଗୁଡ ନ୍ୟୁଜ୍ ଇଣ୍ଡିଆର ଚେୟାରମ୍ୟାନ ଫୟାଜ ରେହମାନ ।

dhenkanal shelter homeଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର୍ ହୋମର ଧିରେ ଧିରେ ଖୋଲୁଛି ଗୁମର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସାମ୍ନାକୁ ଆସିଛି ଡାର୍ଟି ‘ଡାଡି’ଙ୍କ ବିଦେଶ ଲିଙ୍କ୍ । ଗୁଡ୍ ନ୍ୟୁଜ୍ ଇଣ୍ଡିଆ ମୁଖ୍ୟ ଫୟାଜ ରହେମାନ୍ ଶେଷର ଗିରଫ ହୋଇଛନ୍ତି । ଓଡ଼ିଶାର ୨୩ଟି ଜିଲ୍ଲାରେ ରହିଛି ଏହି ସଂସ୍ଥାର ଶାଖା । କଟକରୁ ବାଲେଶ୍ୱର, ପୁରୀରୁ କଳାହାଣ୍ଡି ପର୍ଯ୍ୟନ୍ତ ଲମ୍ବିଛି ଏହି ଅନୁଷ୍ଠାନ । ଗରିବ, ଅନାଥ ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ଗଢ଼ିବା କାମ କରିଥାଏ ବୋଲି ଦାବି କରିଥାନ୍ତି ଫୟାଜ ରହେମାନ୍ । ଅନ୍ତେବାସୀ ମଧ୍ୟ ଫୟାଜକୁ ଡାଡି ବୋଲି ଡାକିଥାନ୍ତି । ହେଲେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ପୂରା ବ୍ୟବସ୍ଥା ଉପରେ କଳଙ୍କ ଲଗାଇ ଦେଇଛି ।