ଶୀଲାଙ୍କ କାନ୍ଧରେ ଦିଲ୍ଲୀ କଂଗ୍ରେସର ଭାର ! ଆଜିଠୁ ନେଲେ ଦାୟିତ୍ୱ, କହିଲେ ୨୦୧୯ ପାଇଁ ପ୍ରସ୍ତୁତ ହେବ ରଣନୀତି ।

142

କନକ ବ୍ୟୁରୋ : ଦିଲ୍ଲୀ ପ୍ରଦେଶ କଂଗ୍ରେସର କମିଟିର ନୂଆ ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଶୀଲା ଦିକ୍ଷିତ । ୩ଜଣ ନୂଆ ସହଯୋଗୀଙ୍କ ସହ ପଦଭାର ସମ୍ଭାଳିଛନ୍ତି ଶିଲା । ଦାୟିତ୍ୱଗ୍ରହଣ ପରେ ସୀଲା କହିଛନ୍ତି କିଛି ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ଦିଆଯିବ । ମିଶନ ୨୦୧୯କୁ ଆଖି ଆଗରେ ରଖି ଦଳ ଏକଜୁଟ ହୋଇ ରଣନୀତି ପ୍ରସ୍ତୁତ କରିବ ବୋଲି ଶିଲା କହିଛନ୍ତି । କିନ୍ତୁ ଏହା ପୂର୍ବରୁ ସୀଲା ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଂଟ ନେଇ ବଡ ବୟାନ ଦେଇଥିଲେ ।

ସେ କହିଥିଲେ ରାଜନୀତି ଚ୍ୟାଲେଂଜରେ ଭରପୁର । ଆଉ ଆମେ ସେହି ହିସାବରେ ରଣନୀତି ପ୍ରସ୍ତୁତ କରିବୁ । ବିଜେପି ଓ ଆପ ଦୁଇଟି ବଡ ଚ୍ୟାଲେଂଜ । ତେଣୁ ଆମେ ମିଳିତ ଭାବେ ଏହାର ସାମ୍ନା କରିବୁ । ନିଜ ପ୍ରତିକ୍ର୍ରିୟାରେ ଶିଲା କହିଛନ୍ତି ଯେ ଦଳ ସମସ୍ତଙ୍କୁ ଏକାଠି ନେଇ କାମ କରିବ । କିଛି ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ଦିଆଯିବ । ମିଶନ ୨୦୧୯କୁ ଆଖି ଆଗରେ ରଖି ଦଳ ଏକଜୁଟ ହୋଇ ରଣନୀତି ପ୍ରସ୍ତୁତ କରିବ ବୋଲି ଶିଲା କହିଛନ୍ତି ।