ନିଆଳି ଛାତିରେ ପୁଣି ଭୟ: ମାତିଛନ୍ତି ମେଣ୍ଢା ଚୋର, ମେଣ୍ଢାଙ୍କ ମୁହଁରେ ବ୍ଲାକଟେପ ଗୋଡାଇ ଖାଲି କରୁଛନ୍ତି ଗୁହାଳ ଘର…

543

କନକ ବ୍ୟୁରୋ: ପୁଣି ନିଆଳିରେ ଅଜଣା ଭୟ । ଏଥର ଅଜଣା ଜନ୍ତୁ ଆକ୍ରମଣ ନୁହେଁ ବରଂ ଚୋରଙ୍କ ଆତଙ୍କରାଜ ପାଇଁ ଭୟଭୀତ ହୋଇଛି ନିଆଳି । ମେଣ୍ଢା ଓ ଛେଳି ଚୋର ରାକେଟ୍ ସକ୍ରିୟ ହୋଇଛି ନିଆଳି ଅଞ୍ଚଳରେ । ଅଜଣା ଜନ୍ତୁ ଆକ୍ରମଣରେ ଶହଶହ ମେଣ୍ଢା ମୁତ୍ୟୁ ପରେ ଏବେ ଚାଷୀଙ୍କ ଗୁହାଳରୁ ମେଣ୍ଢା ଚୋରିି ଘଟଣା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିିତ ରାତିରେ ନିଆଳି କୂଳ ବେତେଣ୍ଡା ଗାଁର ମିଟୁ ବେହୁରାଙ୍କ ଗୁହାଳ ଘରୁ ୨୦ଟି ମେଣ୍ଢା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି ମେଣ୍ଢା ମାନଙ୍କ ଆନୁମାନିକ ମୁଲ୍ୟ ୨ ଲକ୍ଷ ଟଙ୍କା ହେବ ।

ସେହିପରି ବିନିଶପୁର, ମାଧବ , ନିଭରଣ, ଗୋବିନ୍ଦପଦା, ନୂଆବେତେଣ୍ଡା ଭଳି ନିଆଳି ବ୍ଲକର ବିଭିନ୍ନ ଗାଁରୁ ୧୦୦ରୁ ଅଧିକ ମେଣ୍ଢା , ଛେଳି ଚୋରି ହୋଇଯାଇଛି । ଏନେଇ ନିଆଳି ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ଚୋର ଧରିବାରେ ବିଫଳ ହୋଇଛି । ତେବେ ଗତକାଲି ରାତିରେ ମିଟୁ ବେହୁରାଙ୍କ ମେଣ୍ଢାକୁ ଚୋର ନେଉଥିବା ବେଳେ ଗୋଟିଏ ମେଣ୍ଢା ଖସିଆସିଛି । ଖସି ଆସିଥିବା ମେଣ୍ଢାଟି ମୁହଁରେ ବ୍ଲାକ ଟେପ୍ ବନ୍ଧା ହୋଇଥିବା ଜଣାପଡିଛି । ନିଆଳି ଅଂଚଳରେ ମେଣ୍ଢା ଓ ଛେଳି ଚୋରି ରାକେଟ୍ ସକ୍ରିୟ ହେବା ପରେ ଚିନ୍ତାରେ ମେଣ୍ଢା ଚାଷୀ । ପୋଲିସ ଲାଇଟ ପାଟ୍ରୋଲିଂ ବଢାଇ ସହ ତୁରନ୍ତ ରାକେଟକୁ ଠାବ କରି ବୋଲି ଦାବି ହେଉଛି ।