ନିଆଳି ପରେ ଜଗତସିଂହପୁର ! ଅଜଣା ଜନ୍ତୁ ଶିକାରରେ ୯ମେଣ୍ଢାଙ୍କ ମୃତ୍ୟୁ ଅଭିଯୋଗ

34

କନକ ବ୍ୟୁରୋ : ଜଗତସିଂହପୁରରେ ମଧ୍ୟ ଦେଖା ଦେଇଛି ଅଜଣା ଜୀବର ଆତଙ୍କ । ଆଳିପିଙ୍ଗଳ ଲାୟଙ୍କପାଟଣା ଗାଁରେ ଅଜଣା ଜୀବ ଆକ୍ରମଣରେ ୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଗୁହାଳରେ ପଶି ମେଣ୍ଢାଙ୍କୁ ଆକ୍ରମଣ କରିଛି ଅଜଣା ଜନ୍ତୁ । ଏହା ସହ ଅଜଣା ଜୀବ ଆକ୍ରମଣରେ ୩ଟି ମେଣ୍ଢା ଆହତ ହୋଇଛନ୍ତି । ୪ଟି ମେଣ୍ଢା ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି ।

ଏହାକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆଭୟ ଦେଖାଦେଇଛି । ରାୟଙ୍କପାଟଣା ଗାଁର ମେଣ୍ଢା ବ୍ୟବସାୟୀ ପ୍ରତାପ ଦାସଙ୍କ ୫୦ ଟି ମେଣ୍ଢା ମଧ୍ୟରୁ ୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ସହ ୩ଟି ଆହତ ଓ ୪ଟି ନିଖୋଜ ହୋଇଥିବା ସେ କହିଛନ୍ତି । ମେଣ୍ଢା ମୃତ୍ୟୁ ପ୍ରତିବାଦରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।