ନିଆଳିରେ ଆତଙ୍କ ! ପ୍ରତ୍ୟେକ ଦିନ ମେଣ୍ଢାଙ୍କୁ ମାରି କଲିଜା ଖାଉଥିବା ନେଇ ଚର୍ଚ୍ଚା ,ଘଟଣା ପଛରେ କିଏ ସେ ନେଇ ଚାଲିଛି ତନାଘନା

70

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳି ଅଂଚଳରେ ଆତଙ୍କ । ଦୀର୍ଘ ୪୫ ଦିନ ଧରି ଗୃହପାଳିତ ମେଣ୍ଢାମାନଙ୍କୁ କରାଯାଉଛି ବିଭତ୍ସ ହତ୍ୟା । ପ୍ରତ୍ୟେକଦିନ ରାତିର ଅନ୍ଧାରରେ ମେଣ୍ଢାମାନଙ୍କୁ ତଂଟି କାଟି ହତ୍ୟା କରିବା ପରେ କେହି କଲିଜା ଖାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତ୍ୟେକ ଦିନ ୧୦ରୁ ୧୫ ମେଣ୍ଢାକୁ ହତ୍ୟା କରାଯାଉଛି ।

ଗତ ୪୫ ଦିନରେ ଏଭଳି ଘଟଣା ଯୋଗୁଁ ଶହ ଶହ ମୃତମେଣ୍ଢା ଗୁହାଳ ସମ୍ମୁଖରେ ପଡିଛନ୍ତି । ତେବେ ଏହା ପଛରେ କିଏ ତାର କାରଣ ଖୋଜି ପାଉନାହାଁନ୍ତି ଗାଁ ଲୋକେ । ରାତି ହେଲେ ଲୋକେ ଟର୍ଚ ଧରି ଗାଁ ଗଣ୍ଡାର ବଣ ବୁଦା ଖୋଜୁଥଲେ ବି ଘଟଣା ପଛରେ କିଏ ସେ ନେଇ ଟେର୍ ପାଉନାହାଁନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ନିଆଳି ମଝିଖଣ୍ଡ ମୁସଲିମ ବସ୍ତିରେ ବି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

୩ ଜଣ ଯୁବକ ଶୋଇଥିବାବେଳେ କୌଣସି ଏକ ଜୀବ ପ୍ରଥମେ ଜଣକ ଛାତି ଉପରେ ବସି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଯୁବକମାନେ ହଠାତ ଉଠିପଡିବାରୁ ସେହି ଅଜଣା ଜୀବ ସେଠାରୁ ଚାଲିଯାଇଥିଲା । ତେବେ ଘଟଣା ପଛରେ ଅନ୍ଧବିଶ୍ୱାସ ନା ଅନ୍ୟ କାରଣ ରହିଛି ସେ ନେଇ କେହି ବି କିଛି ଟେର୍ ପାଇପାରୁନି । ଘଟଣାର ଅନୁଧ୍ୟାନ ପାଇଁ ପ୍ରଶାସନିକ ଅଧିକାରୀ ବି ନ ଆସିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –