ଦଶହରାରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ : ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା 

54

କନକ ବ୍ୟୁରୋ : ଆଜି ବିଜୟାଦଶମୀରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ସକାଳ ଧୂପ ପରେ ଏହି ଦର୍ଶନ ଆରମ୍ଭ ହେବ । ଏଥିପାଇଁ ସକାଳୁ ସକାଳୁ ପୁରୀରେ ଭକ୍ତଙ୍କ ଭିଡ ଲାଗିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । । ଶ୍ରୀମନ୍ଦିର ଭିତରେ ବି ପୋଲିସକୁ ମୁତୟନ କରାଯାଇଛି । ପ୍ରତ୍ୟେକ ବର୍ଷ ବିଜୟାଦଶମୀରେ ମୁଖ୍ୟଦ୍ୱାରରେ ବ୍ୟାରିକେଡ୍ରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି । ଅନ୍ୟ ତିନି ଦ୍ୱାରରେ ଭକ୍ତମାନେ ପ୍ରସ୍ଥାନ କରିବେ ।

ସେପଟେ ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୂଣ୍ୟର ବିଜୟର ସ୍ୱରୂପ ବିଜୟା ଦଶମୀ । ଆଜି ମହିଷାଷୁରକୁ ବଦ୍ଧ କରିବେ ଦେବୀ ଦୁର୍ଗା । ମା’ ଜଗତ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ପୂଜା ମଣ୍ଡପରେ ମା’ ଜଗତ୍ଜନନୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ପୂଜା ମଣ୍ଡପରେ ମହାମାୟୀଙ୍କ ମୃଣ୍ମୟୀ ମୂର୍ତିକୁ ପୂଜା କରାଯାଉଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ସନ୍ଧ୍ୟା ବେଳେ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ମେଲୋଡି ସାଙ୍ଗକୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଘରେ ଘରେ ଦୁର୍ଗତିନାଶିନୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଦଶହରା ପାଇଁ ଜମିଛି ପିଠାପଣାର ଆସର । ବିଭିନ୍ନ ମନ୍ଦିରରେ ବି ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଭକ୍ତମାନେ ମାନସିକ ରଖି ଦଶହରା ବ୍ରତ ପାଳନ କରୁଛନ୍ତି ।