ଲକ୍ଷ୍ନୌରେ ଏଥର ରୋମାଞ୍ଚକର ମୁକାବିଲା ! ରାଜନାଥ ସିଂଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ଶତ୍ରୁଘ୍ନ ସିଂହ୍ନାଙ୍କ ସ୍ତ୍ରୀ

193

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତରପ୍ରଦେଶର ଆଉ ଏକ ଆସନରେ ରୋମାଂଚକର ମୁକାବିଲା ହେବାକୁ ଯାଉଛି । ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରନ୍ତି ।

ବିଶ୍ୱସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପୁନମ ସିହ୍ନା ସମାଜବାଦୀ ପାର୍ଟିର ଟିକେଟରେ ନିର୍ବାଚନ ଲଢ଼ିବେ । ଅନ୍ୟପକ୍ଷରେ ଏହି ଆସନରେ କଂଗ୍ରେସ ନିଜର ଦଳୀୟ ଟିକେଟ କାହାରିକୁ ଦେଇ ନାହିଁ । ରାଜନାଥଙ୍କ ବିରୋଧରେ ପୁନମ ସିହ୍ନାଙ୍କୁ ଯୁଗ୍ମ ପ୍ରାର୍ଥୀ ଭାବେ ଛିଡା କରିବାକୁ ନିଷ୍ପତ୍ତି ନେଇଛି ।

ଏପରି ହେଲେ ରାଜନାଥ ଓ ପୁନମଙ୍କ ମଧ୍ୟରେ କଡା ଟକ୍କର ହୋଇପାରେ । କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି, ଜତିନ ପ୍ରସାଦ ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ । ମାତ୍ର ପରେ ସେ ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଥିଲେ।

Comments are closed.