୨୮ ମାର୍ଚ୍ଚରେ କଂଗ୍ରେସରେ ସାମିଲ ହେବ ବାଗୀ ବିଜେପି ନେତା ଶତ୍ରୁଘ୍ନ ସିହ୍ନା ! ପାଟନା ସାହିବରୁ ଲଢ଼ିବେ ନିର୍ବାଚନ

114

କନକ ବ୍ୟୁରୋ : କଂଗ୍ରେସରେ ଯୋଗଦେବେ ଶତ୍ରୁଘ୍ନ ସିହ୍ନା । ଭାରତୀୟ ଜନତା ପାର୍ଟିର ବାଗୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସନ୍ତା ୨୮ରେ ପଦ୍ମ ଛାଡ଼ି କଂଗ୍ରେସ ଗଡ଼ରେ ଯୋଗଦେବେ । ଗେରୁଆ ଗଡ଼ ଛାଡ଼ି ହାତ ଧରିବେ ଶତ୍ରୁଘ୍ନ । ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଘୋଷଣା ନେଇ ଅଣଦେଖା ହେବାପରେ କଂଗ୍ରେସ ପକ୍ଷରୁ ପାଟନା ସାହିବ ସିଟରୁ ନିର୍ବାଚନ ଲଢ଼ିବେ ଶତ୍ରୁଘ୍ନ । ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟଣା ସାହିବ ପାଇଁ ପ୍ରାର୍ଥୀ କରିଛି । ପାଟନା ସାହିବରେ ଦେଖିବାକୁ ମିଳିବ ରବିଶଙ୍କର ପ୍ରସାଦ ଓ ଶତ୍ରୁଘ୍ନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବା ପାଇଁ ମିଳିବ ।

ପଟଣାସାହିବର ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କୁ ଦୀର୍ଘଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇଆସୁଛନ୍ତି । ମୋଦିଙ୍କ ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ । ସୋସିଆଲ ମିଡ଼ିଆରେ ମୋଦିଙ୍କ ବିରୋଧୀ ମନ୍ତବ୍ୟ ଦେବାସହ ରାହୁଲ ଗାନ୍ଧୀଙ୍କୁ ମାଷ୍ଟର ଅଫ୍ ସିଚ୍ୟୁଏସନ୍ କହିଛନ୍ତି ଶତ୍ରୁଘ୍ନ । ସେ ଟ୍ୱଟି କରି ରାହୁଲଙ୍କ ସର୍ବନିମ୍ନ ଆୟ ଯୋଜନାର ପ୍ରଶଂସା କରିଛନ୍ତି । ଏହାସହ ପରୋକ୍ଷରେ ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଏହି ଯୋଜନା କିଛି ଲୋକଙ୍କୁ ଅସୁବିଧାରେ ପକାଇପାରେ ।