ପୁଣି ଦଳକୁ ଆଇନା ଦେଖାଇଲେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା !

54

କନକ ବ୍ୟୁରୋ : ପୁଣି ଦଳକୁ ଟାର୍ଗେଟ କଲେ ବିଜେପି ସାଂସଦ ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିଂହ୍ନା । ପଞ୍ଜାବର ଲୋକସଭା ସିଟରେ ଗୁରଦାସପୁରରେ ହୋଇଥିବା ଉପନିର୍ବାଚରେ କଂଗ୍ରେସର ବିଜୟ ପରେ ଅଭିନନ୍ଦନ ଜଣାଇଛନ୍ତି ଶ୍ରତ୍ରୁଘ୍ନ ଏବଂ ବିଜେପିକୁ ଆଇନା ଦେଖାଇଛନ୍ତି । ଶତ୍ରୁଘ୍ନ ସିହ୍ନା ପୁଣି ଥରେ ଟ୍ୱିଟରେରେ ବିଜେପିକୁ ପ୍ରଶ୍ନ କରିଛନ୍ତି । ଗୁରୁଦାସପୁର ଉପ ନିର୍ବାଚନରେ ୨ ଲକ୍ଷ ଭୋଟରେ ଅପମାନଜନକ ଭାବେ ହାରିଛି ବଜେପି । ବିଜେପି ହାରିବ ବୋଲି ପ୍ରଥମରୁ ହିଁ ମୁଁ ଅନୁମାନ କରୁଥିଲି ବୋଲି ଶତ୍ରୁଘ୍ନ ଟି୍ୱଟ୍ କରିଛନ୍ତି । ଶତ୍ରୁଘ୍ନ ଆଉ ଏକ ଟ୍ୱିଟରେ ଲେଖିଛନ୍ତି ଦଳ ଓ ଦଳର ସଦସ୍ୟଙ୍କ ପାଇଁ ମୋର ଭଲପାଇବା ସବୁବେଳେ ରହିବ ।

shatrughansinhaମୁଁ ଦଳକୁ ସମର୍ଥନ କରେ କିନ୍ତୁ ମୋର ଏପରି ଅବଲୋକନ ଦ୍ୱାରା ପାଟି ଆତ୍ମନିରୀକ୍ଷଣ କରିବ । ଆମେ ଆମ ହାରିବାକୁ ସ୍ୱୀକାର କରୁଛୁ ଏବଂ ସୁନୀଲ ଜାଖଡ଼ଙ୍କୁ ତାଙ୍କ ବିଜୟ ଉପରେ ଅଭିନନ୍ଦନ ଜଣାଉଛି । ଏହାପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଶତ୍ରୁଘ୍ନ ସିହ୍ନା ନିଜ ଦଳକୁ ଟାର୍ଗେଟ କରି ସାରିଛନ୍ତି । ଏପରି ଏକ ମାମଲା ଉପରେ କଟାକ୍ଷ କରିଥିଲେ, ଯେଉଁଥିରେ ବିଜେପି ନେତା ଚୁପ ଥିଲେ । ବିଜେପି ରାଷ୍ଟ୍ରୀୟ ଅକ୍ଷ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ବିରୋଧରେ ନିରପେକ୍ଷ ଯାଂଚ ହେଉ ବୋଲି ସେ କହିଥିଲେ । ଜୟ ଶାହ ନିଜର କାରବାରରେ ରାଜନୈତିକ ଲାଭ ଉଠାଇଛନ୍ତି ନା ନାହିଁ , ଯାଂଚ ଦ୍ୱାରା ହିଁ ଜଣାପଡ଼ିବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଶତ୍ରୁଘ୍ନ ସିହ୍ନାଙ୍କୁ ପାଟଣା ବିଶ୍ୱିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସମାରୋହରେ ଡକାନ ଯିବାରୁ ସେ ନାରାଜ ଅଛନ୍ତି । ଶନିବାର ପାଟନା ବିଶ୍ୱବିଦ୍ୟାଳୟ ଶତବାର୍ଷିକ ଉତ୍ସବରେ ଯୋଗଦେବାରୁ ବଞ୍ଚିତ ହୋଇଥିଲେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା । ତାଙ୍କୁ ଉତ୍ସବକୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇ ନଥିଲା । ଏପରିକି ପାଟନା ବିଶ୍ୱବିଦ୍ୟାଳୟ ଶତ୍ରୁଘ୍ନଙ୍କ ନିର୍ବାଚନମଣ୍ଡଳୀ ମଧ୍ୟରେ ରହିଥିଲେ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୋଦିଙ୍କ ସହିତ ରାଜ୍ୟପାଳ ସତ୍ୟପାଲ ମଲିକ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ କୁଳପତି ରାସବିହାରି ସିଂହ ମଞ୍ଚରେ ଉପସ୍ଥିତ ରହିଥିଲେ ।

ନିମନ୍ତ୍ରଣରୁ ବଞ୍ଚିତ ହେବା ନେଇ ଶତ୍ରୁଘ୍ନ ସିହ୍ନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ର ହିସାବରେ ଏହି ଅନୁଷ୍ଠାନ ସହିତ ସେ ବିଶେଷ ଭାବେ ଜଡିତ । ତେଣୁ ନିମନ୍ତ୍ରଣରୁ ବଞ୍ଚିତ ହେବା ନେଇ ସେ ବହୁତ ଦୁଃଖିତ । ସେ ଏକ ସାକ୍ଷାତାକରରେ କହିଛନ୍ତି, ମୁଁ କାହାର ସ୍ତୁତି ଗାନ କରିପାରିବି ନାହିଁ । ପାର୍ଟିକୁ ସବୁବେଳେ ସଚେତନ କରିବି କାରଣ, ଦଳ ଦେଶ ଠାରୁ ବଡ଼ ନୁହେଁ । ମୁଁ ୟଶବନ୍ତ ସିହ୍ନା ଓ ଅରୁଣ ସୌରୀଙ୍କୁ ସମର୍ଥନ କରୁଛି । ଆମେ ସମେସ୍ତ ଦଳର ଅଭିନ୍ନ ଅଙ୍ଗ ଅଟୁ ।