ହାତ ଧରିବେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ! ରବିଶଙ୍କର ପ୍ରସାଦଙ୍କ ବିପକ୍ଷରେ ଲଢ଼ିପାରନ୍ତି ନିର୍ବାଚନ

164

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ନିର୍ବାଚନ । ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳ ଛାଡ଼ୁଛନ୍ତି ନେତା । ତେବେ ଦଳ ଛାଡ଼ିବା ନୂଆ କଥା ନୁହେଁ । ନିର୍ବାଚନ ସମରେ ଦଳବଦଳ କରିବା ସାଧାରଣ କଥା । ଦଳଡ଼ିଆଁ ରାଜନୀତି ଯୋଗୁଁ କିଏ ଲାଭରେ ରୁହେ ତ ଆଉ କେଉଁ ଦଳକୁ କ୍ଷତି ସହିବା ପାଇଁ ପଡ଼ିଥାଏ ।

କଂଗ୍ରେସରେ ଯୋଗଦେବେ ଶତ୍ରୁଘ୍ନ ସିହ୍ନା । ଭାରତୀୟ ଜନତା ପାର୍ଟିର ବାଗୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଗଡ଼ରେ ଯୋଗାଦେବେ ।  ଶତ୍ରୁଘ୍ନ ସିହ୍ନା ୨୨ ମାର୍ଚ୍ଚରେ ପାଟଣା ରେ କଂଗ୍ରେସରେ ସାମିଲ ହେବେ । ପଟଣାସାହିବର ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କୁ ଦୀର୍ଘଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ସୂଚନା ଅନୁସାରେ ପାଟନା ସାହିବର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିପାରନ୍ତି ଶତ୍ରୁଘ୍ନ ସିଂହା ।

ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇଆସୁଛନ୍ତି । ମୋଦିଙ୍କ ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ । ସୂତ୍ର ଅନୁସାରେ କିଛି ଦିନ ମଧ୍ୟରେ ଦଳ ଛାଡ଼ିପାରନ୍ତି ଶତ୍ରୁଘ୍ନ ।