ପଦ୍ମଫୁଲ ଛାଡି ହାତ ଧରିଲେ ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା ! କହିଲେ, କଂଗ୍ରେସରେ ରହି ଲୋକଙ୍କ ପାଇଁ କରିବି କାମ, ପାଟଣା ସାହିବରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ।

114

ଆଜି ଔପଚାରିକ ଭାବେ କଂଗ୍ରେସରେ ସାମିଲ ହେଲେ ଅଭିନେତାରୁ ନେତା ବନିଥିବା ଶତୃଘ୍ନ ସିହ୍ନା । ଶତୃଘ୍ନ କଂଗ୍ରେସରେ ସାମିଲ ହେବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗିରହିଥିଲା । କିନ୍ତୁ ଆଜି ସିହ୍ନା ଔପଚାରିକ ଭାବେ କଂଗ୍ରେସର ହାତ ଧରିଛନ୍ତି । କଂଗ୍ରେସରେ ମିଶିବା ପରେ ସିହ୍ନା କହିଛନ୍ତି କଂଗ୍ରେସରେ ରହି ଲୋକଙ୍କ ପାଇଁ କାମ କରିବି । ଗତ ୨୮ ତାରିଖରେ ମଧ୍ୟ ଶତୃଘ୍ନ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଏବଂ କଂଗ୍ରେସରେ ସାମିଲ ହେବା ପ୍ରସଙ୍ଗରେ ବିସ୍ତ୍ୃତ ଭାବେ ଆଲୋଚନା କରିଥିଲେ ।କଂଗ୍ରେସରେ ସାମିଲ ହେବା ପରେ ପ୍ରାୟତଃ ସିହ୍ୱା ପାଟଣା ସାହିବରୁ ନିର୍ବାଚନ ଲଢିପାରନ୍ତି । ପୂର୍ବରୁ ମଧ୍ୟ ସେ କହିସାରିଥିଲେ ଯେ ପରିସ୍ଥିତି ଯାହା ବି ହେଉ,ସ୍ଥାନ ସେଇଟା ହିଁ ରହିବ । ଅର୍ଥାତ ପାଟଣା ସାହିବରୁ କଂଗ୍ରେସ ଟିକଟରୁ ନିର୍ବାଚନ ଲଢିବା ପାଇଁ ସେ ଇସାରା ଦେଇଥିଲେ ।ଅଭିନେତା ତଥା ବିହାରି ବାବୁ ଭାବେ ପରିଚିତ ସିହ୍ନା ଗତ କିଛି ଦିନ ହେବ ବିଜେପିରେ ଥିଲେ ବି ଦଳ ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ । ଏପରିକି ସିଧାସଳଖ ମୋଦି ଓ ଅମିତ ଶାହାଙ୍କ ବିରୋଧରେ ବୟାନବାଜି କରୁଆସୁଥିଲେ ।ପାଟଣା ସାହିବରୁ ଶତ୍ରୁଘ୍ନ ଲୋକସଭା ସାଂସଦ ଥିଲେ । କିନ୍ତୁ ଏଥର ବିଜେପି ଏଠାରେ ଶତ୍ରୁଘ୍ନ ସିହ୍ନାଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦକୁ ଟିକେଟ ଦେଇଛି । ଶତ୍ରୁଘ୍ନ ସିହ୍ନା ଦୁଇଥର ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କ ଦୃଢ ସମାଲୋଚକ ଥିଲେ ।

ପାଟଣା ସାହିବ୍ ରୁ ନିର୍ବାଚନ ଲଢିପାରନ୍ତି ଶତ୍ରୁଘ୍ନ :

କଂଗ୍ରେସରେ ସାମିଲ୍ ହେବା ଏବଂ ପାଟଣା ସାହିବରୁ ପ୍ରାର୍ଥୀଙ୍କ ପ୍ରଶ୍ନରେ ସିହ୍ନା କହିଥିଲେ ପରିସ୍ଥିତି ଯାହା ବି ହେଉ ନା କାହିଁକି କିନ୍ତୁ ସେ ପାଟଣା ସାହିବରୁ ନିର୍ବାଚନ ଲଢିବେ । ମହାଗଠବନ୍ଧନରେ ଯେଉଁ ସିଟ୍ ବଣ୍ଟାଯାଇଛି ସେଥିରେ ପଟଣା ସାହିବର ସିଟ୍ କଂଗ୍ରେସ ଖାତାକୁ ଯାଇଛି । ଏହି କଥାରୁ ଜଣାପଡୁଛି ଯେ କଂଗ୍ରେସ ତାଙ୍କୁ ଏଠାରୁ ହିଁ ସିଟ୍ ଦେବ ।

ବିଜେପି ତରଫରୁ ରବିଶଙ୍କର ପ୍ରସାଦଙ୍କୁ ପଟଣା ସାହିବର ଟିକେଟ୍ :

ଗତବର୍ଷ ବିଜେପି ତରଫରୁ ଶତ୍ରୁଘ୍ନ ସିହ୍ନାଙ୍କୁ ପଟଣା ସାହିବରୁ ଟିକେଟ୍ ଦିଆଯାଇଥିବା ବେଳେ ଚଳିତଥର କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାର୍ଟି ପଟଣା ସାହିବରୁ ଟିକେଟ୍ ଦେଇଛି । ତେବେ ବିଜେପିରେ ଥିଲା ସମୟରେ ମଧ୍ୟ ସିହ୍ନା କଂଗ୍ରେସ ଅଧ୍ୟକ୍ଷଙ୍କ କେତେ ସ୍ଥାନରେ ପ୍ରଶଂସା କରିଥିଲେ । ସେ କଂଗ୍ରେସର ନ୍ୟାୟ ଯୋଜନାକୁ ମାଷ୍ଟର ଷ୍ଟ୍ରୋକ୍ ବୋଲି ମଧ୍ୟ କହିଥିଲେ ।