ସୁନନ୍ଦା ମାମଲାରେ ବଢ଼ିଲା ଶଶୀଙ୍କ ଅଡୁଆ : ଦିଲ୍ଲୀ ପୁଲିସର ଚାର୍ଜସିଟ୍ ଆଧାରରେ ଶଶୀଙ୍କୁ ଆରୋପୀ ମାନିଲେ ପଟିଆଲା ହାଉସ୍ କୋର୍ଟ

50

କନକ ବ୍ୟୁରୋ : ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ମାମଲାରେ ବଢ଼ିଲା ଶଶୀ ଥରୁରଙ୍କ ଅଡୁଆ । ପଟିଆଲା ହାଉସ୍ କୋର୍ଟ ଦିଲ୍ଲୀ ପୁଲିସର ଚାର୍ଜସିଟ୍ ଆଧାରରେ ଆଜି ଶଶୀ ଥରୁରଙ୍କୁ ଅଭିଯୁକ୍ତ ବିବେଚନା କରିଛନ୍ତି । ଜୁଲାଇ ୭ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଶଶୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆତ୍ମହତ୍ୟା ପାଇଁ ପ୍ରର୍ବତାଇବା ଅଭିଯୋଗରେ କୋର୍ଟ ତାଙ୍କୁ ଆରୋପୀ ଭାବେ ଅଭିହିତ କରିଛନ୍ତି ।

ଶଶୀଙ୍କ ବିରୁଦ୍ଧରେ ମାମଲା ଚଳାଇବାକୁ ପର୍ଯ୍ୟାପ୍ତ ପ୍ରମାଣ ଥିବା କୋର୍ଟ କହିଛନ୍ତି । ମଙ୍ଗଳବାର ଦିଲ୍ଳୀ ପୁଲିସ ଏହି ମାମଲାରେ ତିନି ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ୍ କରିଥିଲା । ସେପଟେ ଏହି ମାମଲାରେ ପୁଲିସ ପୂର୍ବରୁ ଥରୁରଙ୍କୁ ଅନେକ ଥର ପଚରାଉଚରା କରିସାରିଛି । ସେହିପରି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ସୁନନ୍ଦାଙ୍କ ମୃତ୍ୟୁପଛରେ ଶଶୀଙ୍କ ହାତ ଥିବା କହିଥିଲେ ।ଅନ୍ୟ ପଟେ ନିଜ ଟ୍ୱିଟର ଆକାଉଁଟରେ ଏ ସମ୍ପର୍କରେ ନିଜ ମତ ରଖିଛନ୍ତି ଶଶୀ ଥରୁର ।