ଶଶୀ କପୁରଙ୍କୁ ଶେଷ ବିଦାୟ ! ମୁମ୍ବାଇର ସାନ୍ତାକ୍ରୁଜରେ ରାଜକୀୟ ସମ୍ମାନ ସହ ହେଲା ଶେଷକୃତ୍ୟ

40

କନକ ବ୍ୟୁରୋ : ବର୍ଷିଆନ ଅଭିନେତା ଶଶୀ କପୁରଙ୍କୁ ଶେଷ ବିଦାୟ । ମୁମ୍ବାଇର ସାଂଟାକ୍ରୁଜରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ରାଜକୀୟ ସମ୍ମାନ ସହ ଶଶୀଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଅଭିନେତା ଶଶୀ କପୁରଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଶଶୀଙ୍କୁ ଶେଷ ଦର୍ଶନ ପାଇଁ ପହଁଚିଥିଲା ପୁରା ବଲିଉଡ୍ । ବଡ ବଡ ସେଲିବ୍ରିଟି, ଅଭିନେତା, ଅଭିନେତ୍ରୀ. ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ବଲିଉଡ୍ ସହ ଜଡିତ ସମସ୍ତ କଳାକାର ତାଂକୁ ଶ୍ରଦ୍ଧାଂଜଳି ଜଣାଇଥିଲେ । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଶଶୀ କପୁରଙ୍କ ଗତ କାଲି ମୁ୍ମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।

saashi kapoorଜୁହୁ ସ୍ଥିତ ତାଙ୍କ ବାସଭବନରୁ ତାଙ୍କ ପାର୍ଥିକ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଶ୍ମସାନ ଅଣାଯିବା ପରେ ସେଠାରେ ରାଜକୀୟ ସମ୍ମାନ ସହ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଶେଷ ବିଦାୟ ଦେବାବେଳେ ତାଙ୍କ ଦୁଇ ପୁଅ କୁନାଲ, କରନ ଓ ଝିଅ ସଂଜାନଙ୍କ ସମେତ ପୁରା ପରିବାର ବର୍ଗ ଓ ସାରା ବଲିଉଡ ଉପସ୍ଥିତ ଥିଲା । ଦିୱାର, ସତ୍ୟମ -ଶିବମ-ସୁନ୍ଦରମ୍, ଜୁନୁନ୍, ସାନ୍ ଓ ନମକ ହଲାଲ ଭଳି ସୁପରହିଟ୍ ଚଳଚିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଏହି ଅଭିନେତାଙ୍କୁ ୨୦୧୧ରେ ପଦ୍ମଭୂଷଣ ଓ ୨୦୧୫ରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

 

 

sashi kopoor

 

 

 

 

 

 

 

 

ଶଶୀ କପୁର ଶ୍ରଦ୍ଧାଂଜଳି ଦେଇଚନ୍ତି ବିଗ୍ ବି ଅମିତାଭ ବଚ୍ଚନ । ସେ ଏକ ବ୍ଲଗରେ ଶଶୀ ତାଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରିଚନ୍ତି । ତାଙ୍କ ସହିତ ସେ ଖୁବ୍ ଭଲ ସମୟ ବିତାଇଥିବା ସେ ଲେଖିଛନ୍ତି । ଏହା ସହ ଶଶୀ, ତାଙ୍କୁ ବବୁଆ ବୋଲି ସମ୍ବୋଧନ କରୁଥିଲେ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ମ୍ୟାଗାଜିନରେ ଶଶୀ କପୁରଙ୍କ ପ୍ରଥମ ଫଟୋ ଦେଖିବା ଠାରୁ ଆରମ୍ଭ କରି ତାଙ୍କ ସହ ପ୍ରଥମ ସାକ୍ଷାତକାର ଓ ତାଙ୍କ ସହ କାମ କରିବା ସବୁ ଅଭିଜ୍ଞତା ବାଂଟିଛନ୍ତି ଅମିତାଭ ବଚ୍ଚନ ।

ଏହାସହ ଶଶୀ କପୁରଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ । ସେ ଶଶୀ କପୁରଙ୍କ ଏକ ପ୍ରସିଦ୍ଧ ଡାଏଲଗ ଲେଖା ଥିବା ଫଟୋକୁ ଟ୍ୱିଟ କରିଛନ୍ତି । ଏହାସହ ସେହୱାଗ ଲେଖିଛନ୍ତି ଯେ, ଶଶୀ କପୁର ଆଗାମୀ ପୀଢୀର ଅଭିନେତାଙ୍କ ପାଇଁ ସବୁବେଳେ ପ୍ରେରଣାଦାୟୀ ହୋଇ ରହିବେ । ସେହୱାଗଙ୍କ ସହ ଯୁବରାଜ ସିଂହ, ଭିଭିଏସ ଲକ୍ଷ୍ମଣ ଓ ହରଭଜନ ସିଂହ ମଧ୍ୟ ଶଶୀ କପୁରଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।