କନକ ନ୍ୟୁଜ ଡିଜିଟାଲର ଭିନ୍ନ ପ୍ରୟାସ । ଏଥର ପୂରା ବିଶ୍ୱ ଦେଖିବ ଆପଣଙ୍କ ଅଞ୍ଚଳର ରଥଯାତ୍ରା , ଆପଣଙ୍କର ଫଟୋ, ଆମର ପୋଷ୍ଟ

210

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ରଥଯାତ୍ରା ସମୟରେ କାଳିଆର ଟିକିଏ ଝଲକ ପାଇଁ ସାତ ଦରିଆ ପାର ହୋଇ ଆସନ୍ତି ଭକ୍ତ । କେବଳ ପୁରୀ ନୁହେଁ ଏବେ ଓଡିଶା ତଥା ଦେଶ ଓ ବିଦେଶରେ ବେଶ ଧୂମଧାମରେ ପାଳନ ହେଉଛି ରଥଯାତ୍ରା । କିନ୍ତୁ ଏହା ଲୋକଲୋଚନକୁ ଆସି ପାରୁନାହିଁ । ତେଣୁ ଚଳିତ ଥର କନକ ନ୍ୟୁଜ ଡିଜିଟାଲ ଆପଣଙ୍କ ଅଞ୍ଚଳର ରଥଯାତ୍ରାକୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବାକୁ ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ଆପଣଙ୍କ ଫଟୋ, ଆମର ପୋଷ୍ଟ । ବାସ୍ ଏଥିପାଇଁ କେବଳ ଆପଣଙ୍କ ଅଞ୍ଚଳର ରଥଯାତ୍ରାର ଭିଡିଓ ବା ଫଟୋ ଆମ ପାଖକୁ ପଠାଇବାକୁ ପଡିବ ।

ଆପଣଙ୍କ ଅଞ୍ଚଳର ରଥଯାତ୍ରାର ଭିଡିଓ ବା ଫଟୋ ଆମ ହ୍ୱାଟସଆପ ନମ୍ବର ‘୯୧୭୮୪୬୭୦୦୫’ ନମ୍ବରରେ ପଠାଇ ପାରିବେ । ଏହାସହ ଆପଣଙ୍କ ଅଞ୍ଚଳର ନାମ, ରଥଯାତ୍ରାର ସ୍ୱତନ୍ତ୍ରତା, କେତେ ବର୍ଷ ଧରି ରଥଯାତ୍ରା ପାଳନ ହେଉଛି, କେତେ ଭକ୍ତ ସାମିଲ ହୋଇଥାନ୍ତି ତାହାର ସମସ୍ତ ସୂଚନା ଦେବା ଆବଶ୍ୟକ । ଏପରିକି ଭିଡିଓ ବା ଫଟୋ ପଠାଇଥିବା ବ୍ୟକ୍ତି ନିଜର ନାମ ମଧ୍ୟ ଉଲ୍ଳେଖ କରିବା ଆବଶ୍ୟକ । ଏହାଛଡା ନିଆରା ଢଙ୍ଗରେ ଯଦି ଆପଣଙ୍କ ରଥଯାତ୍ରା ପାଳିତ ହେଉଥାଏ ତାହାର ମଧ୍ୟ ଭିଡିଓ ପଠାଇ ପାରିବେ । ଆପଣ ପଠାଇଥିବା ଭିଡିଓ ଓ ଫଟୋକୁ କନକ ନ୍ୟୁଜ ଡିଜିଟାଲର ଫେସବୁକ୍ ପେଜରେ ପୋଷ୍ଟ କରାଯିବ । ଆପଣଙ୍କ ଏହି ଛୋଟ ପ୍ରୟାସରେ ପୂରା ବିଶ୍ୱବାସୀ ଦେଖିପାରିବେ ଆପଣଙ୍କ ଅଞ୍ଚଳର ରଥଯାତ୍ରା । କେବଳ ବିଶ୍ୱବାସୀ ନୁହେଁ ଗାଁ ଠାରୁ ଦୂରରେ ରହୁଥିବା ଆପଣଙ୍କ ଅଞ୍ଚଳର ଲୋକମାନେ ମଧ୍ୟ ରଥଯାତ୍ରା ଦେଖିବାର ସୁଯୋଗ ପାଇପାରିବେ ।