ଗୁଜୁରାଟରେ ବିଜେପି ଜିତିବା ନେଇ ଏକଜିଟ୍ ପୋଲର ଅନୁମାନ ପରେ ବଢ଼ିଲା ବିଏସଇ ସୂଚକାଙ୍କ ! ସେୟାର ବଜାରରେ ଉତ୍ସାହ

40

କନକ ବ୍ୟୁରୋ : ଗୁଜରାଟରେ ବିଜେପି ଜିତିବ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ଏକଜିଟ୍ ପୋଲ୍ ପୂର୍ବାନୁମାନ କରିବା ପରେ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି । ବିଏସ୍ଇ ସୂଚକାଙ୍କ ୨୦୯ ପଏଂଟ ବଢ଼ି ୩୩ ହଜାର ୪୫୬ ପଂଏଟରେ ପହଂଚିଥିବାବେଳେ ନିଫଟ ବି ବଢିଛି । ଦେଶର ଅଧିକାଂଶ ଜାତୀୟ ଗଣମାଧ୍ୟମ ଗୁଜରାଟ ଓ ହିମାଚଳରେ ବିଜେପି ଜତିବି ବୋଲି ଅନୁମାନ କରିଛନ୍ତି । ତେଣୁ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି ।

ଗୁଜୁରାଟ ନିର୍ବାଚନର ଫଳାଫଳ ଉପରେ ଚାଇନାର ଆଖି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭୋଟରଙ୍କ କିଭଳି ଆସ୍ଥା ରହିଛି ତାହା ଉପରେ ଚୀନ ନଜର ରଖିଛି । ଚାଇନା ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଭାରତ ସହ ଚୀନ ତାହାର ଅର୍ଥନୈତିକ ସଂପର୍କ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବାବେଳେ ମୋଦିଙ୍କ ଉପରେ ଲୋକ କେତେ ସନ୍ତୁଷ୍ଟ ଅଛନ୍ତି ତାହା ଉପରେ ଚୀନ ନଜର ରଖିଛି । ଚୀନ ଗଣମାଧ୍ୟମର ଚର୍ଚା ଅନୁସାରେ ଗୁଜୁରାଟରେ ଯଦି ବିଜେପି ହାରିଯାଏ ତାହେଲେ ଚୀନ ପାଇଁ ଅର୍ଥନୈତିକ କ୍ଷେତ୍ରରେ ଏହା ଏଜ ବଡ ସଫଳତା ସ୍ଦୃଶ ହେବ । ଗୁଜୁରାଟରେ ବିଜେପି ପ୍ରତି ବ୍ୟବସାୟୀଙ୍କ ସମର୍ଥନ କମିଥିବାର ବିରୋଧୀ ଅଭିଯୋଗ କରୁଥିବାରୁ ଏହା ଉପରେ ଏବେ ଚୀନ ନଜର ରଖିଛି ।

ଏବେ ଆସନ୍ତୁ ଜାଣିବା ଏକଜିଟ ପୋଲର ଅନୁମାନ ଯଦି ସତ ହୁଏ ଏବଂ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ଜିତେ ତାହାହେଲେ କଣ ପ୍ରଭାବ ପଡିବ ?

ଗୁଜରାଟରେ ବିଜେପି ଜିତିଲେ ଏଭଳି ସନ୍ଦେଶ ଯିବ ଯେ ଦେଶରେ ମୋଦିଙ୍କ ବିକଳ୍ପ ନାହିଁ । ଏହାଛଡା ଏକଜିଟ ପୋଲର ଅନୁମାନ ସତ ହେଲେ ଜିଏସଟି ଓ ନୋଟବନ୍ଦୀ ବାବଦରେ ହେଉଥିବା ସମାଲୋଚନା ବନ୍ଦ ହୋଇଯିବ । ତୃତୀୟ ବଡ କଥା ଏହା ହେବ ଯେ, ଆଗାମୀ ବର୍ଷ ୮ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପିର ମନୋବଳ ବଢିବ । ଆଗାମୀ ବର୍ଷ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ ଓ ରାଜସ୍ଥାନ ଭଳି ବଡ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଗୁଜରାଟରେ ମୋଦି ୩୬ ରାଲି କରିବା ସହ ୨୫ ହଜାର କିଲୋମିଟରର ରୋଡ ଶୋ କିଥିଲେ । ସେହିଭଳି ଗୁଜରାଟ ନିର୍ବାଚନ ଜିତିଲେ ବିଜେପିକୁ ୨୦୧୯ରେ ବଡ ଫାଇଦା ମିଳିପାରେ । ନିର୍ବାଚନ ହାରିଲେ ବିରୋଧୀଙ୍କ ମନୋବଳ ଭାଙ୍ଗିବ ।