ସେୟାର ବଜାରରେ ସାଧାରଣ ବଜେଟର ପ୍ରଭାବ । ସେନସେକ୍ସ ଓ ନିଫ୍ଟିରେ ବଡ ହ୍ରାସ । ନିବେଶକଙ୍କ ମନୋବଳ ଦୁର୍ବଳ

30

କନକ ବ୍ୟୁରୋ : ସେୟାର ବଜାର ଉପରେ ବଜେଟର ବଡ ପ୍ରଭାବ । ଗୁରୁବାର ମୋଦି ସରକାର ୨୦୧୮-୧୯ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବା ପରେ ସେନସେକ୍ସ ଓ ନିଫ୍ଟି ପ୍ରଭାବିତ ହୋଇଛି । ଆଜି ସକାଳୁ ସକାଳୁ ଉଭୟ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି ।

ସେନସେକ୍ସ ୫୮୦ ପଏଂଟ ତଳକୁ ଖସି ଆସିଥିବାବେଳେ ନିଫ୍ଟିରେ ପ୍ରାୟ ୩୦୦ ପଏଂଟ ହ୍ରାସ ଘଟିଛି । ଇକ୍ୟୁଟିରେ ଦୀର୍ଘମିଆଦି କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ଲଗାଯିବା ପରେ ନିବେଶକଙ୍କ ମନୋବଳ ଦୁର୍ବଳ ହେବାରୁ ସେୟାର ବଜାରରେ ଏହି ପ୍ରଭାବ ଦେଖିବାକୁ ମିଳିଛି ବୋଲି କହିଛନ୍ତି ସେୟାରବଜାର ବିଶେଷଜ୍ଞ ।