ସୁଧୁରୁନି ସେୟାର ବଜାର : ବଜେଟର ୧୨ ଦିନ ପରେ ବି ମାନ୍ଦାବସ୍ଥା ଜାରି, ବଜେଟକୁ ନେଇ ନିବେଶକ ନିରାଶ

98

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ମୋଦିଙ୍କୁ ବିପୁଳ ଜନମତ ମିଳି ସରକାର ଗଠନ କରିବା ପରେ ୫ ଜୁଲାଇରେ ସରକାର ପାର୍ଲାମେଂଟରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ସରକାର କହୁଛନ୍ତି, ବଜେଟରେ ସମସ୍ତ ବର୍ଗର ହିତ ଉପରେ ଧ୍ୟାନ ଦିଆଯାଇଛି । କିନ୍ତୁ ସେୟାର ବଜାରରେ ବଜେଟରୁ ଯେଉଁ ଆଶା ରଖିଥିଲା ତାହା ପୂରଣ ହୋଇପାରିନାହିଁ । ଫଳରେ ଲଗାତାର ୧୨ ଦିନ ଧରି ସେୟାର ବଜାରରେ ମାନ୍ଦାବସ୍ଥା ଜାରି ରହିଛି । ସୁୁଧୁରୁନି ଅବସ୍ଥା ।

୫ ତାରିଖ ସକାଳେ ସେୟାର ବଜାରରେ ଜବରଦସ୍ତ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସେନସେକ୍ସ ପାଖାପାଖି ୪୦ ହଜାର ପଏଣ୍ଟ ଅତିକ୍ରମ କରିଥିବାବେଳେ ନିଫ୍ଟି ୧୧ ହଜାର ୯ ଶହ ପଏଂଟ ଅତିକ୍ରମ କରିଥିଲା । କିନ୍ତୁ ବଜେଟ ଘୋଷଣା ପରେ ଚାପରେ ଆସିଯାଇଛି । ୫ ଜୁଲାଇରୁ ୧୬ ଜୁଲାଇ ମଧ୍ୟରେ ସେନସେକ୍ସ ରେକର୍ଡ ୮ ଶହ ପଂଏଟ କମିଛି । ନିଫଟି ବି ପାଖାପଖି ୩ ଶହ ପଏଂଟ କମିଛି । ୧୬ ଜୁଲାଇରେ ସେୟାର ବଜାରରେ ସମାନ୍ୟ ବୃଦ୍ଧି ଘଟିଥିଲେ ବି ଏହା ଉତ୍ସାହଜନକ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।