ଗୁରୁ ନାଁରେ କଳଙ୍କ : ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ,ବାରିପଦା ବ୍ରାହ୍ମଣମରା ସରକାରୀ ବିଦ୍ୟାଳୟରେ ଶିକ୍ଷକ ପ୍ରଶାନ୍ତ ଭୁଜବଳଙ୍କୁ ତାଲା ପକାଇଲେ ଅଭିଭାବକ

1,043

କନକ ବ୍ୟୁରୋ : ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ । ଏଭଳି ସଂଗୀନ ଆଉ ସାଙ୍ଘାତିକ ଅଭିଯୋଗ ଆସିଛି ମୟୂରଭଂଜ ଜିଲ୍ଲା ବାରିପଦା ବଡ ବ୍ରାହ୍ମଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଶିକ୍ଷକ ପ୍ରଶାନ୍ତ ଭୁଜବଳଙ୍କ ବିରୋଧରେ । ଶିକ୍ଷକ ଜଣଙ୍କ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବା ପରେ ସ୍କୁଲ ପରିସରରେ ହଙ୍ଗାମା କରିଛନ୍ତି ଅଭିବାବକ ।

ଅଭିଯୁକ୍ତ ଶିକ୍ଷକଙ୍କ ଗାଡି ଭଙ୍ଗା ରୁଜା କରିବା ସହ ଶିକ୍ଷକଙ୍କୁ ସ୍କୁଲ ଭିତରେ ତାଲା ପକାଇ ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ । ଘଟଣା ବାବଦରେ ସଦର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା । ପରେ  ଏସଡିପିଓ ଏବଂ ଅତିରିକ୍ତ ଏସପି ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।