ବାଲେଶ୍ୱରରେ ପୁଣି ଲଜ୍ଜା: ନିଶା ଦେଇ ବଙ୍ଗୀୟ ନାବାଳିକା ସହ ଗଣଦୁଷ୍କର୍ମ ଅଭିଯୋଗ

232

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରସୁଲପୁର ଅଞ୍ଚଳରେ ଜଣେ ବଙ୍ଗଭାଷୀ ନାବାଳିକାକୁ ନିଶା ଔଷଧ ଖୁଆଇବା ପରେ କେତେକ ଦୁର୍ବୃତ୍ତ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା କଥା ସେ ଅଭିଯୋଗ କରିଛନ୍ତି।ପଶ୍ଚିମବଙ୍ଗର ରାମନଗର ଅଞ୍ଚଳବାସୀ ସେ ନାବାଳିକାଙ୍କୁ ଶନିବାର ସକାଳେ ରାସ୍ତାପାଖରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ କୁମ୍ଭୀରଗଡ଼ିର ସରପଞ୍ଚ ରତନ ବାଗଳଙ୍କ ସହାୟତାରେ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ଖବର ପାଇ ଭୋଗରାଇ ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ନାବାଳିକାଙ୍କ ସହ କଥାବାର୍ତ୍ତା କରିବା ପରେ ତଦନ୍ତ ଆରମ୍ଭ କରିଛି।ଉନ୍ନତ ଚିକିତ୍ସା ନିମନ୍ତେ ନାବାଳିକାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି। ଘଟଣାର ସତ୍ୟତା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।