‘ଅନ୍ଧେରା କାଏମ୍’ ରଖିବାକୁ ୧୫ ଦିନ ଅନ୍ଧାରରେ ରହିଥିଲେ ନିଜେ ତମରାଜ୍ କିଲଭିସ୍ ! ଧାରାବାହିକ ଶକ୍ତିମାନକୁ ନେଇ ଜାଣନ୍ତୁ କିଛି ମଜାଦାର କଥା

106

‘ଶକ୍ତିମାନ୍’ ୯୦ଦଶକର ସବୁଠାରୁ ଲୋକପ୍ରିୟ ଧାରାବାହିକ ଥିଲା । ପିଲାଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଏହି ‘ଶକ୍ତିମାନ୍’ର ଫ୍ୟାନ୍ ଥିଲେ । ଧାରାବାହିକର ନାୟକ ଶକ୍ତିମାନ୍ ଏବଂ ଖଳନାୟକ ତମରାଜ୍ କିଲଭିସଙ୍କ ଅଭିନୟ ଖୁବ୍ ଦମଦାର ଥିଲା । କିଲଭିସଙ୍କ ଏକ ଡାଇଲଗ୍ ‘ ଅନ୍ଧେରା କାଏମ୍ ରହେ’ ସବୁ ପିଲାଙ୍କ ମୁହଁରେ ଥିଲା । ତେବେ ଜାଣନ୍ତୁ ଲମ୍ବା ନାକ ବାଲା କିଲଭିସଙ୍କ ବିଷୟରେ କିଛି ରୋଚକ କଥା ।

କିଲଭିସଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ସୁରେନ୍ଦ୍ର ପାଲ୍ ସିଂହ । ତେବେ ସୁରେନ୍ଦ୍ରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମହାଭାରତରେ ଦ୍ରୋଣାଚାର୍ଯ୍ୟ ଏବଂ ଚାଣକ୍ୟରେ ମହାତ୍ମା ଚାଣକ୍ୟ ଆଦି ଭୂମିକାରେ ଦମଦାର ଅଭିନୟ କରିଥିବା କଳାକାର ହେଉଛନ୍ତି ସୁରେନ୍ଦ୍ର । ତେବେ ଶକ୍ତିମାନରେ ସୁରେନ୍ଦ୍ର ନିଜ ଚରିତ୍ରକୁ ନେଇ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । କହିଛନ୍ତି କିଲଭିସ୍ ରୋଲ୍ ପାଇଁ ସେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିଲେ ।

ତେବେ କେମିତି ସୁରେନ୍ଦ୍ରଙ୍କୁ ଏହି କିଲଭିସ୍ ଚରିତ୍ର ମିଳିଥିଲା ତାହା ପଛରେ ଅଛି ଏକ ମଜାଦାର ଘଟଣା । ଥରେ ମୁକେଶ ଖନ୍ନା ତାଙ୍କୁ କହିଥିଲେ କି କିଲଭିସଙ୍କ ଅଭିନୟ କେବଳ ଅମ୍ରିଶ୍ ପୁରୀ ହିଁ କରିପାରିବେ ଆଉ କେହି ନୁହେଁ । ସେତେବେଳେ ସୁରେନ୍ଦ୍ର କହିଥିଲେ ‘ଅନ୍ୟ କଳାକାରଙ୍କ ଦ୍ୱାରା କରାଇଲେ ସିନା ଜାଣିପାରିବ କିଏ ଏହି ଅଭିନୟ କରିପାରିବ କି ନା’ । ସଙ୍ଗେ ସଙ୍ଗେ ମୁକେଶ୍ ଖନ୍ନା କହିଥିଲେ ଆପଣ କରି କି ଦେଖାନ୍ତୁ । ଏହା ପରେ ସୁରେନ୍ଦ୍ରଙ୍କୁ ମିଳିଥିଲା ଏହି ରୋଲ୍ ।