ଇଷ୍ଟର୍ଣ୍ଣ ମିଡିଆ ଆଖଡାରେ ସାମିଲ ହେବାକୁ ଭୁବନେଶ୍ୱରରେ ଶକ୍ତି କପୁର

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଇଷ୍ଟର୍ଣ୍ଣ ମିଡିଆ ଅପେରାରେ ଅଭିନୟ ପାଇଁ ଆସିଛନ୍ତି ଶକ୍ତି କପୁର । ଏହି ଅବସରରେ ସେ କହିଛନ୍ତି. ଓଡିଶା ଭଗବାନଙ୍କ ମାଟି । ଏଠାକୁ ଆସି ସେ ଧନ୍ୟ ମନେ କରୁଛନ୍ତି । ଓଡିଶାର ଲୋକେ ବହୁତ ସ୍ନେହୀ । ତେବେ ଓଡିଆ ଯାତ୍ରାରେ ଅଭିନୟ ପାଇଁ ଭାଷା ପ୍ରତିବନ୍ଧକ ସାଜିବ ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଓଡିଶାରେ ଯାତ୍ରା ଦର୍ଶକଙ୍କ ସଂଖ୍ୟା ଅଧିକ ।