ଓଡିଶାରେ ଜନ୍ମଦିନ ପାଳିଲେ ବଲିଉଡର ନଟି ବୟ ଶକ୍ତିକପୁର

41

vlcsnap-2016-09-04-12h35m27s223ଓଡିଶାରେ ଜନ୍ମଦିନ ପାଳିଲେ ବଲିଉଡ ବ୍ୟାଡ୍ ବୟ ଶକ୍ତିକପୁର। ମଂଜରି ମୁଭିର ନୂଆ ଫିଲ୍ମ ଛାତି ତଳେ ଡିଙ୍ଗଡଙ୍ଗର ସୁଟିଂ ସେଟରେ କେକ୍ କାଟିଛନ୍ତି ଶକ୍ତିକପୁର । ଏହି ଅବସରରେ ପ୍ରଯୋଜକ, ନିର୍ଦେଶକ, ସହକଳାକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସେ ତାଙ୍କ ଜନ୍ମଦିନ ପାଳିଛନ୍ତି । ଜଗନ୍ନାଥଙ୍କ ମାଟିରେ ଜନ୍ମଦିନ ପାଳିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ବୋଲି କହିଛନ୍ତି ଶକ୍ତି କପୁର । ଭାଗ୍ୟରେ ଥିଲେ ଏଭଳି ସୁଯୋଗ ମିଳେ । ଓଡିଶାବାସୀଙ୍କ ଗହଣରେ ଜନ୍ମଦିନ ପାଳନକୁ ମୁଁ ବହୁତ ଉପଭୋଗ କରିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ୍ୟ ସୌମ୍ୟରଂଜନ ପଟ୍ଟନାୟକ ଶକ୍ତି କପୁରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚଳିତ ବର୍ଷ ଓଡିଶା ହେବ ଶକ୍ତି କପୁରଙ୍କ ବର୍ଷ ବୋଲି କହିଛନ୍ତି ପ୍ରଥମ ଥର ପାଇଁ ଓଡିଆ ଯାତ୍ରାରେ ସାମିଲ ହୋଇଛନ୍ତି ଶକ୍ତି କପୁର । ତାଙ୍କର ଉପସ୍ଥିତି ମାନ୍ଦା ଅବସ୍ଥାରେ ଥିବା ଯାତ୍ରା ବ୍ୟବସ୍ଥାୟକୁ ଶକ୍ତିଶାଳି କରିବ ସୌମ୍ୟରଂଜନ କହିଛନ୍ତି ।

ସୁଟିଂ ସେଟରେ ଉପସ୍ଥିତ ଥିବା ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ବର୍ଷା, ଅର୍ଚ୍ଚିତା, ନିର୍ଦେଶକ ମୃତ୍ୟୁଞ୍ଜୟ ସାହୁ, ସଂଗୀତ ନିର୍ଦେଶକ ମଳୟ ମିଶ୍ର, କଣ୍ଠ ଶିଳ୍ପୀ ଇରା ମହାନ୍ତି ପ୍ରମୁଖ ଶକ୍ତି କପୁରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଓଲିଉଡ ପରଦାରେ ଦେଖାଦେବେ ଶକ୍ତି କପୁର।