ଚର୍ଚ୍ଚାରେ କିଙ୍ଗଖାନଙ୍କ ମନ୍ତବ୍ୟ ! ଝିଅଙ୍କୁ ଅସମ୍ମାନ କଲେ ନିଜ ପୁଅଙ୍କୁ ଦେଲେ ମୁଣ୍ଡକାଟର ଧମକ

27

କିଙ୍ଗ ଖାନ ଶାହାରୁଖ ତାଙ୍କ ପିଲା ମାନଙ୍କୁ ସବୁବେଳେ ଭଲ ସଂସ୍କାର ଦେବା କଥା ସମସ୍ତେ ଜାଣନ୍ତି । ସେ କେବଳ ଜଣେ ଭଲ ବାପା ନୁହଁନ୍ତି, ସେ ପିଲାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ । କିନ୍ତୁ ଯେତେବେଳେ ପିଲାଙ୍କୁ ଶାସନ କରିବାର ପାଳି ଆସେ ସେ ବହୁତ ଶକ୍ତ ମଧ୍ୟ ହୋଇପାରନ୍ତି, ସେ କଥା ସେ ପ୍ରମାଣିତ କରିଛନ୍ତି ।

ନିକଟରେ ଶାହାରୁଖ ନିଜ ପୁଅ ଆର୍ୟନ ଓ ଅବରାମଙ୍କୁ କହିଛନ୍ତି ଯଦି ଉଭୟଙ୍କ ମଧ୍ୟରୁ କେହି’ବି ଝିଅଙ୍କୁ ଦୁଃଖ ପହଞ୍ଚାଇବ ସେ ସେମାନଙ୍କୁ ବିଲକୁଲ କ୍ଷମା କରିବେ ନାହିଁ,ଏପରିକି ଶାହାରୁଖ ସେମାନଙ୍କ ମୁଣ୍ଡ କାଟିଦେବେ ବୋଲି କହିଛନ୍ତି ।

ପ୍ରକୃତ କଥାହେଲା ଶାହାରୁଖ “ଫେମିନା’ ମ୍ୟାଗାଜିନର ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ ମତରେ ଘରେ ନିଜର ମା, ଭଉଣୀ ଓ ଗର୍ଲଫ୍ରେଣ୍ଡ ସାମ୍ନାରେ ବିନା ସାର୍ଟରେ ବୁଲିବା ବିଲକୁଲ ଠିକ୍ ନୁହଁ । ଏଥିପାଇଁ ସେ ଆର୍ୟନଙ୍କୁ ସବୁବେଳେ ଟି-ସାର୍ଟ ପିନ୍ଧିବାକୁ କୁହନ୍ତି ।

ଶାହାରୁଖଙ୍କ ଏପରି କଥାରୁ ଜଣାପଡୁଛି ସେ ମହିଳାଙ୍କୁ କେତେ ସମ୍ମାନ କରନ୍ତି ଏବଂ ଏଇ ସଂସ୍କାର ମଧ୍ୟ ସେ ତାଙ୍କ ପିଲାମାନଙ୍କୁ ଦେଉଛନ୍ତି । ନିକଟରେ ବାଙ୍ଗାଲୁରୁରେ ହୋଇଥବା ଅସଦାଚରଣକୁ ନେଇ ମଧ୍ୟ କଡା ପ୍ରତିକ୍ରିୟା ରଖିଥିଲେ ଶାହାରୁଖ ଏବଂ ଏପରି ଘଟଣାକୁ ତୀବ୍ର ନିନ୍ଦା ମଧ୍ୟ କରିଥିଲେ ।