କିଙ୍ଗ୍ ଖାନ୍ ଭାଗ୍ୟବାନ୍ ! ମୃତ୍ୟୁମୁଖରୁ ଅଳ୍ପକେ ବଂଚିଲେ ଶାହାରୁଖ୍

80

ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ବାଦଶାହା । ନିଜର ଆଗାମୀ ସିନେମାର ସୁଟିଂ ସମୟରେ ଗୁରୁତର ଆହତ ହୋଇଛନ୍ତି ଶାହରୁଖ ଖାନ୍ । ନିର୍ଦ୍ଦେଶକ ଆନନ୍ଦ ଏଲ ରୟଙ୍କ ଫିଲ୍ମର ସୁଟିଂ ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ସୁଟିଂ ସେଟ ଛାତର ଏକ ବଡ଼ ଭାଗ ଖସିପଡ଼ି ଗୁରୁତର ଭାବେ ଆହତ ହୋଇଛନ୍ତି କିଙ୍ଗ୍ ଖାନ୍ ।

ତେବେ ଏହି ଦୁର୍ଘଟଣାରେ ଗଭୀର ଭାବରେ ଆହତ ହୋଇଥିବା ଅନ୍ୟ ଦୁଇଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁମ୍ୱାଇର ଫିଲ୍ମସିଟିରେ ଏହି ସିନେମାର ସେଟ୍ ନିର୍ମାଣ କରାଯାଇଥିଲା । ମାତ୍ର ସେଟଟି ଭାଙ୍ଗିପଡ଼ିବା ପରେ ଏବେ କିଛିଦିନ ପାଇଁ ସୁଟିଂକୁ ବାତିଲ କରାଯାଇଛି ।

ଆନନ୍ଦ ରାୟଙ୍କ ଏହି ସିନେମାରେ ଶାହରୁଖ ଏକ ବାମନ ଭୁମିକାରେ ଅଭିନୟ କରୁଛନ୍ତି । ସିନେମାରେ ଅନୁଷ୍କା ଏବଂ କଟ୍ରିନା ଅଭିନୟ କରିପାରନ୍ତି ବୋଲି ଶୁଣାଯାଉଛି । ତେବେ ସିନେମାର ନାଁ ଏଯାଏଁ ଜଣା ପଡିନଥିଲେ ମଧ୍ୟ ଏହା ଶାହାରୁଖଙ୍କ ଅନ୍ୟ ସିନେମା ଗୁଡିକ ଠାରୁ ଅଲଗା  । ସିନେମାଟି ଏହା ଆଗାମୀ ବର୍ଷ ଦୀପାବଳୀରେ ରିଲିଜ୍ ହୋଇପାରେ  ।