ଫିଲ୍ମି ଅନ୍ଦାଜରେ ମଂଚ ଉପରକୁ ଆସିଲେ ଶାହରୁଖ୍ ! ଓଡ଼ିଆରେ ଧନ୍ୟବାଦ ଜଣାଇଲେ କିଙ୍ଗ୍ ଖାନ୍

218

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ପୁୁରୁଷ ହକି ବିଶ୍ୱକପ ୨୦୧୮ । ଏହି ଉଦଘାଟନୀ ସହ ଭାରତୀୟ କ୍ରୀଡ଼ା ଇତିହାସରେ ଲେଖା ହୋଇଛି ଏକ ନୂଆ ଅଧ୍ୟାୟ । ହକିର ସବୁଠୁ ବଡ଼ ପ୍ରତିଯୋଗିତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ଆଉ ତା’ପରେ ପରେ ଫିଲ୍ମି ଅନ୍ଦାଜରେ ମଂଚ ଉପରକୁ ଆସିଲେ କିଙ୍ଗ୍ ଖାନ୍ ଶାହରୁଖ୍ । ଶାହରୁଖଙ୍କୁ ଦେଖିଲେ ଷ୍ଟାଡ଼ିୟମ କରତାଳିରେ ଫାଟି ପଡ଼ିଥିଲା । ପ୍ରିୟ ନାୟକଙ୍କୁ ଦେଖି ଲୋକେ ଆଉ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ । ସବୁ ଦେଶର ଅଧିନାୟକଙ୍କ ସହ କରମର୍ଦ୍ଦନ କଲେ ।

ଚକ୍ ଦେ ଇଣ୍ଡିଆର ସଂଳାପ କହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଶାହରୁଖ । ତାଙ୍କୁ ଆମନ୍ତ୍ରଣ କରିଥିବାରୁ ଓଡ଼ିଶାକୁ ଓ ମୁଖ୍ୟମନ୍ତ୍ରୀଙ୍କୁ ସେ ଓଡ଼ିଆରେ ଧନ୍ୟବାଦ ଜଣାଇଛନ୍ତିି । ତେବେ ଦେଶକୁ ଓଡ଼ିଶା ସବୁଠାରୁ ହକି ଖେଳାଳି ଦେଇଛି ବୋଲି କହଛନ୍ତି କିଙ୍ଗ୍ ଖାନ୍ । ଏତେ ବର୍ଷ ପରେ ବିଶ୍ୱକପ୍ ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ନିଜ ଅନୁଭୂତି ବଖାଣି କହିଛନ୍ତି ମୁଁ ସ୍କୁଲ ହକି ଟିମରେ ଅଧିନାୟକ ଥିଲି । ଏହା ବ୍ୟତୀତ ପୁଅକୁ ହକି ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ଶାହରୁଖ ।

ପୁରୁଷ ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟା କଳିଙ୍ଗ ଷ୍ଟାଡିୟମ୍ ପ୍ରକମ୍ପିତ ହୋଇ ଉଠିଛି । ଉଦଘାଟନ ପୂର୍ବରୁ ଦର୍ଶକମାନେ ‘ଜୟ ହିନ୍ଦ, ଜୟ ଇଣ୍ଡିଆ’ ଗୁଣୁ ଗୁଣୁ ହୋଇ ଗାନ କରିଛନ୍ତି । ବହୁ ପ୍ରତିକ୍ଷୀତ ହକି ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଫଳରେ ଦର୍ଶକଙ୍କୁ ନିୟନ୍ତ୍ରଣ କରିବା ଟ୍ରାଫିକ୍ ପୁଲିସକୁ କଡା ଚ୍ୟାଲେଞ୍ଜ କରିବାକୁ ପଡ଼ିଛି ।