ଶାହାରୁଖଙ୍କ ଭବିଷ୍ୟବାଣୀ ! ଏହି ମହିଳା କ୍ରିକେଟର ଭାରତୀୟ ପୁରୁଷ କ୍ରିକେଟ୍ ଦଳର କୋଚ୍ ହୋଇପାରନ୍ତି

51

କ୍ରିକେଟକୁ କିଏ ବା ଭଲ ନପାଏ । ଛୋଟ ଠାରୁ ବଡ ସମସ୍ତେ ଏହି ଖେଳ ଦେଖିବାକୁ ପାଗଳପ୍ରାୟ । ଏହା ଏଭଳି ଏକ ଖେଳ ଯାହା ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଉତ୍ସାହ ଭରିଦିଏ । ଏହି କ୍ରିକେଟର କ୍ରେଜ ଦିନକୁ ଦିନ ବିଶ୍ୱ ସ୍ତରରେ ବଢି ବଢି ଚାଲିଛି । ଆଉ ଭାରତରେ ଯେମିତି ଏହି ଖେଳ ପାଇଁ ଲୋକେ ଖାଇବାକୁ ବି ଭୁଲିଯାନ୍ତି । ସେଲିବ୍ରେଟିମାନେ ମଧ୍ୟ ଏହି ଖେଳରେ କୋଟି କୋଟି ଟଙ୍କା ବିନିଯୋଗ କରିଥାନ୍ତି । ସେଲିବ୍ରେଟି ଏବଂ କ୍ରିକେଟରଙ୍କ ମଧ୍ୟରେ ମଧୁର ସଂପର୍କ ଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏଭଳି ଏକ କଥା ଶୁଣିବାକୁ ମିଳିଛି ଅଭିନେତା ଶାହାରୁଖଙ୍କ ଠାରୁ । ଯାହା ଖୁସିର କଥା ନିଶ୍ଚୟ ।

ବାସ୍ତବରେ ଶାହାରୁଖ କ୍ରିକେଟର ଜଣେ ବଡ଼ ପ୍ରଶଂସକ । ସେ ଖେଳାଳୀ ମାନଙ୍କ ଟ୍ୟାଲେଂଟକୁ ମଧ୍ୟ ଭଲ ଭାବରେ ଜାଣିଛନ୍ତି । ସେ ଏକ ମହିଳା କ୍ରିକେଟରଙ୍କ ବିଷୟରେ କହିଛନ୍ତି ଯେ ଭବିଷ୍ୟତରେ ଭାରତୀୟ କ୍ରିକେଟ ଟିମର କୋଚ ହୋଇପାରନ୍ତି । ୨୦୧୭ ୱାର୍ଲଡ କପରେ ଭାରତୀୟ ମହିଳା କ୍ରିକେଟ ଟିମ ଭଲ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲା । ତେବେ ଟିମର ଅଧିନାୟକ ମିତାଲି ରାଜଙ୍କ ବ୍ୟତୀତ ଅନ୍ୟ ଖେଳାଳୀ ମାନେ ଖୁବ୍ ପ୍ରଶଂଶିତ ହୋଇଥିଲେ । ଆଉ ସବୁଆଡୁ ମିଳିଥିଲା ଅନେକ ତାରିଫ୍ । ଏକ ନୂଆ ସୋ’ରେ ଶାହାରୁଖ ମିତାଲି ରାଜଙ୍କ ଏକ ଇଂଟରଭ୍ୟୁ ନେବାପରେ ମିତାଲିଙ୍କର ଖୁବ ପ୍ରଶଂସା କରିଥିଲେ । ଶାହାରୁଖ ମିତାଲିଙ୍କୁ ପ୍ରଶଂସା କରି କହିଥିଲେ ଯେ ମିତାଲି ଭବିଷ୍ୟତରେ ଭାରତୀୟ ପୁରୁଷ କ୍ରିକେଟ ଟିମର କୋଚ ଦାୟିତ୍ୱ ତୁଲାଇ ପାରନ୍ତି । ମିତାଲି ମଧ୍ୟ କହିଛନ୍ତି ଯେ , ଯଦି ଏପରି ହୁଏ ସେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିବେ ।

ଏହା ପୂର୍ବରୁ ମହିଳା କ୍ରିକେଟରଙ୍କୁ ଲୋକ ଏତେ ପ୍ରାଧାନ୍ୟ ଦେଉ ନଥିଲେ । କିନ୍ତୁ ୱାର୍ଲଡ କପ୍ ପରେ ପ୍ରମାଣିତ ହୋଇଗଲା ଯେ ପୁରୁଷଙ୍କ ଭଳି ସେମାନଙ୍କର ମଧ୍ୟ ଦକ୍ଷତା ରହିଛି । ତେବେ ମିତାଲି ୨୦୧୭ରେ ସାନଦାର ପ୍ରଦର୍ଶନ କରି ଟିମକୁ ଫାଇନାଲରେ ପହଂଚାଇଥିଲେ ଏବଂ ବିଶ୍ୱରେ ସବୁଠାରୁ ଅଧିକ ରନ କରିଥିବା ମହିଳା କ୍ରିକେଟର ଭାବେ ସେ ବିବେଚିତ ହୋଇଥିଲେ ।

( ଆଜତକ୍)