ବିବାହ ପରେ ମଧ୍ୟ ପରକୀୟା ପ୍ରୀତି ରଖିଥିଲେ ବଲିଉଡର ଏହି ଅଭିନେତା ! ଦ୍ୱିତୀୟ ସୁଯୋଗ ଦେଇଥିଲେ ପତ୍ନୀ ।

440

ବଲିଉଡ୍ରେ ବ୍ରେକ୍ଅପ୍ ଏବଂ ପ୍ୟାଚ୍ଅପ୍ ଲାଗି ରହିଥାଏ । ପ୍ରତିଦିନ କଳାକାରମାନଙ୍କର ପ୍ରେମ ସଂପର୍କ ବିଷୟରେ ଚର୍ଚ୍ଚା ହେଉଥିବା ବେଳେ ସେମାନେ ପରସ୍ପରଠାରୁ ଅଲଗା ହେଉଥିବା ଖବର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥାଏ । ବିଗତ ଅତୀତରେ ଏମିତି ଅନେକ ଘଟଣା ଘଟିଛି । ଏମିତି ମଧ୍ୟ କିଛି କଳାକାର ଅଛନ୍ତି, ଯେଉଁମାନେ ବିବାହ କରି ସାରିବା ପରେ ମଧ୍ୟ ଅନ୍ୟ ଅଭିନେତ୍ରୀମାନଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । କିନ୍ତୁ ସ୍ୱାମୀଙ୍କ ଏଭଳି କାମ ବିଷୟରେ ଜାଣି ମଧ୍ୟ ସେମାନଙ୍କ ପତ୍ନୀ ସେମାନଙ୍କୁ କ୍ଷମା କରିବା ସହ ଦ୍ୱିତୀୟ ସୁଯୋଗ ଦେଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଥିଲା । ଆଜି ଆମେ ସେ ସବୁ ଅଭିନେତାଙ୍କ ବିଷୟରେ ଜଣାଇବୁ ଯେଉଁମାନେ ବିବାହ କରିବା ପରେ ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ।

୧.ଏହି ସୂଚୀରେ ପ୍ରଥମେ ଆସନ୍ତି କପୁର ପରିବାରର ପ୍ରଥମ ସୁପରଷ୍ଟାର ରାଜ କପୁର । ସେ ବିବାହ ପରେ ମଧ୍ୟ ନର୍ଗୀସ୍ ଏବଂ ବୈଜୟନ୍ତୀମାଲାଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । କିନ୍ତୁ ସବୁ ଜାଣିବା ପରେ କୃଷ୍ଣା କପୁର ରାଜ କପୁର ବୁଝାଇବା ସହ ବାଟକୁ ଆଣିଥିଲେ ଏବଂ ତାଙ୍କୁ କ୍ଷମା କରିଥିଲେ ।

୨.ଏବେ ସବୁ ପ୍ରେମୀ ଯୁଗଳ ସୁପରଷ୍ଟାର ଦିଲୀପ କୁମାର ଏବଂ ସାୟରା ବାନୋଙ୍କ ପ୍ରେମର ଉଦାହରଣ ଦେଉଥିବା ବେଳେ ଦିଲୀପ ସାୟରାଙ୍କୁ ବିବାହ କରିବା ପରେ ମଧ୍ୟ ମଧୁବାଲାଙ୍କୁ ଭୁଲି ପାରି ନଥିଲେ । ବିବାହ ପରେ ସେ ତାଙ୍କୁ ଦେଖା କରିବା ସହ ତାଙ୍କ ସହ ସମୟ କଟାଉଥିଲେ । କିନ୍ତୁ ସବୁ ଜାଣିବା ପରେ ସାୟରା ତାଙ୍କୁ ସୁଧୁରିବା ପାଇଁ ଗୋଟେ ସୁଯୋଗ ଦେଇଥିଲେ । ଫଳରେ ଆଜି ପର‌୍ୟ୍ୟନ୍ତ ଦୁହେଁ ସାଥିରେ ଅଛନ୍ତି ।

୩.ମିଥୁନ ଚକ୍ରବର୍ତ୍ତୀ ଅଭିନେତ୍ରୀ ଯୋଗିତା ବାଲିଙ୍କ ବିବାହ କରିବା ପରେ ମଧ୍ୟ ଶ୍ରୀଦେବୀଙ୍କୁ ବିବାହ କରିଥିଲେ ବୋଲି ଶୁଣାଯାଏ । ଏହି କାରଣରୁ ମିଥୁନଙ୍କ ପରିବାର ତାଙ୍କ ସହ ସବୁ ସଂପର୍କ ଛିନ୍ନ କରିଥିଲା । ପରିବାରର ଏପରି ବ୍ୟବହାର ଦେଖି ମିଥୁନ ଶ୍ରୀଦେବୀଙ୍କୁ ଛାଡ଼ିବା ସହ ଯୋଗିତାଙ୍କ ପାଖକୁ ଫେରି ଆସିଥିଲା ।

୪.ଗୌରୀ ଖାନ୍ଙ୍କ ବିବାହ କରିବା ପରେ ମଧ୍ୟ ଫିଲ୍ମ ଡ଼ନ୍ର ସୁଟିଂ ସମୟରେ ପ୍ରିୟଙ୍କାଙ୍କ ନିକଟତର ହୋଇଥିଲେ ବାଦ୍ଶାହା ଶାହାରୁଖ୍ ଖାନ୍ । ସବୁ ଜାଣିବା ପରେ ଗୌରୀ ଶାହାରୁଖ୍ଙ୍କୁ ଚେତାବନୀ ଦେଇଥିଲେ । ତା’ପରେ ପ୍ରିୟଙ୍କା ଧିରେ ଧିରେ ଶାହାରୁଖ୍ଙ୍କ ସହ ଫିଲ୍ମ କରିବା ବନ୍ଦ କରିବା ସହ ତାଙ୍କ ଠାରୁ ଦୂରେଇ ଯାଇଥିଲେ ।

୫.ସୁପରଷ୍ଟାର ଗୋବିନ୍ଦା ସୁନୀତାଙ୍କୁ ବିବାହ କରିବା ପରେ ମଧ୍ୟ ହଦ୍ କର୍ ଦି ଆପ୍ନେ ଫିଲ୍ମ ସମୟରେ ରାଣୀ ମୁଖାର୍ଜୀଙ୍କ ନିକଟତର ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଚର୍ଚ୍ଚା ହେବା ପରେ ଏହାକୁ ସ୍ୱୀକାର କରିଥିଲେ ଗୋବିନ୍ଦା । କିନ୍ତୁ ସବୁ ଜାଣିବା ପରେ ମଧ୍ୟ ସୁନୀତା ଗୋବିନ୍ଦାଙ୍କୁ ନିଜ ଭୁଲ ସୁଧାରିବା ପାଇଁ ସୁଯୋଗ ଦେଇଥିଲେ ।