ଶାହରୁଖଙ୍କ ସିନେମା ‘ରଇସ୍’ର ପ୍ରମୋସନ ବେଳେ ଅଘଟଣ: କିଙ୍ଗଖାନଙ୍କ ଝଲକ ପାଇବାକୁ ଯାଇ ପ୍ରଶଂସକଙ୍କ ମୃତ୍ୟୁ

48

କିଙ୍ଗଖାନଙ୍କ ଏକ ଝଲକ ପାଇବାକୁ ଯାଇ ଫ୍ୟାନଙ୍କ ମୃତ୍ୟୁ । ଆଗାମୀ ସିନେମା ‘ରଇସ’ର ପ୍ରମୋସନ ବେଳେ ଅଘଟଣ ଘଟିଛି । ‘ରଇସ’ର ପ୍ରମୋସନ ପାଇଁ ଶାହରୁଖ ଯେତେବେଳେ ଟ୍ରେନରେ ଯାଇ ବଡୋଦରାରେ ପହଂଚିଥିଲେ ଫ୍ୟାନଙ୍କ ଭିଡ ନିୟନ୍ତ୍ରଣ ବାହାରେ ହୋଇଯାଇଥିଲା । ଅଗଷ୍ଟ କ୍ରାନ୍ତି ରାଜଧାନୀ ଏକ୍ସପ୍ରେସରେ ଶାହରୁଖ ଖାନ୍ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ଟ୍ରେନ ଯେତେବେଳେ ବଡୋଦରାରେ ୧୦ମିନିଟ ପାଇଁ ଅଟକିଥିଲା, ଶାହରୁଖଙ୍କୁ ଏକ ଝଲକ ପାଇବା ପାଇଁ ବହୁ ପ୍ରଶଂସକଙ୍କ ଭିଡ ଜମିଥିଲା ।

ଶାହରୁଖଙ୍କୁ ଦେଖିବା ପାଇଁ ଫ୍ୟାନ ଏତେ ପାଗଳ ହୋଇ ଯାଇଥିଲେ ଯେ ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା । ଏପରିକି ଟ୍ରେନଟି ଯେତେବେଳେ ବଡୋଦରା ଷ୍ଟେସନ ଛାଡିଥିଲା ପ୍ରଶଂସକମାନେ ମଧ୍ୟ ଟ୍ରେନ ସହ ଦୌଡିବାକୁ ଲାଗିଥିଲେ । ଏହି ସମୟରେ ଭିଡ ଭିତରେ ଜଣେ ଫ୍ୟାନଙ୍କ ମୃତ୍ୟୁ ହୋଇଯାଇଥିଲା । ଏପରିକି ଭିଡ ନିୟନ୍ତ୍ରଣ କରୁଥିବା ୨ଜଣ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।