ସହିଦନଗର ଥାନା ପୁଲିସକୁ ଆକ୍ରମଣ ଘଟଣା : ୨ ଜଣ ଗିରଫ,୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍

107

କନକ ବ୍ୟୁରୋ : ଭୁବନେଶ୍ୱର ସହିଦନଗର ଥାନା ପୁଲିସକୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ମାମଲାରେ ୬ ଜଣଙ୍କୁ ଅଟକି ରଖି ପୁଲିସ ପଚରାଉଚରା କରୁଛି । ବିଭିନ୍ନ ଟିମ ଗଠନ କରାଯାଇଛି, ସେମାନେ ବିଭିନ୍ନ ଜାଗାରେ ରେଡ କରୁଥିବାର କମିସନରେଟ ପୁଲିସ ସତ୍ୟଜିତ ମହାନ୍ତି କହିଛନ୍ତି । ଯେଉଁମାନେ ଆକ୍ରମଣର ମୁଖ୍ୟ ଥିଲେ ସେମାନଙ୍କୁ ଗିରଫ କରାଯାଇଥିବା କହିଛନ୍ତି । ରବିବାର ଦିନ ରାତିରେ ସହିଦନଗର ଥାନାରେ ରାତି ଅଧରେ ଲଙ୍କାକାଣ୍ଡ ହୋଇଥିଲା ।

ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଆହତ ହୋଇଥିଲେ । ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତଆକ୍ରମଣ କରିବା ସମୟରେ ପୁଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଛି । ଏଥିରେ ଆଇଆଇସି ବିରଂଚି ପତି ଓ ଏଏସଆଇ ଏମସିଏଚ୍ ମୁର୍ମୁଙ୍କ ସମେତ ୪ଜଣ ପୁଲିସ ଗୁରୁତର ଆହତ ହୋଇତିଲେ । ଖାଲି ସେତିକି ନୁହେଁ ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍ , ସିସିଟିଭି ଓ ଟିଭିକୁ ମଧ୍ୟ ଭାଙ୍ଗି ଚୁରମାର କରି ଦେଇଥିଲେ ।