ଶାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟର ଦୀପିକା ପାଦୁକୋନଙ୍କ ସହ କରିବେ ଡେବ୍ୟୁ

51

ଶାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟର ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ସହ ଡେବ୍ୟୁ କରିବେ ବୋଲି ଅନେକ ଦିନ ହେଲା ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସୂଚନା ମିଳିଛି ଇଶାନ ଖୁବ ଶ୍ରୀଘ୍ର ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ ଶେୟାର କରିବେ । ଖବର ଅନୁସାରେ ଇଶାନ ଦୀପିକାଙ୍କ ଆଗାମୀ ଇଂରାଜୀ ସିନେମା ‘ଦ ଫ୍ଲୋଟିଂ ଗାର୍ଡେନ’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିବେ । ଏହି ସିନେମାରେ ଇରାନୀ ସିନେନିର୍ମାତା ମାଜିଦ ମାଜିଦୀ ନିର୍ଦ୍ଦେଶନା ଦେବେ ।

‘ଦ ଫ୍ଲୋଟିଂ ଗାର୍ଡେନ’ ସିନେମାରେ ଇଶାନ ଦୀପିକାଙ୍କ ସାନଭାଇ ଭୂମିକାରେ ଅଭିନୟ କରିବେ । ଏହି ସିନେମାରେ ଶାହିଦ ଓ ଇଶାନ ଉଭୟେ ନଜର ଆସିବେ ବୋଲି ଜଣାପଡିଛି। ଇଶାନ ଅଭିନୟ କରିବା ପୂର୍ବରୁ “ଉଡତା ପଞ୍ଜାବ’ ସିନେମାର ସହ ନିର୍ଦ୍ଦେଶକ ରୂପେ କାମ କରି ସାରିଛନ୍ତି । ଉକ୍ତ ସିନେମାରେ ସେ ଏକ ଛୋଟ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ ।