ବଲିଉଡରେ ଅଭିନୟ ପ୍ରତିଭାର ନୁହଁ ବକ୍ସଅଫିସ ଆୟ ଉପରେ ଦିଆଯାଏ ଧ୍ୟାନ! କହିଲେ ‘ରଙ୍ଗୁନ’ ତାରକା ଶାହିଦ କପୁର

42

ଶାହିଦ କପୁର ତାଙ୍କର ଆଗାମୀ ସିନେମା ‘ରଙ୍ଗୁନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ‘ରଙ୍ଗୁନ’ର ଟ୍ରେଲର ଦେଖିଲେ ଜଣାପଡୁଛି ଶାହିଦ ଏହି ସିନେମାରେ ଦମଦାର ଅଭିନୟ କରିଛନ୍ତି । ସେ ତାଙ୍କର ଅଭିନୟ ଦକ୍ଷତା ପାଇଁ ଭାରତୀୟ ସିନେମାରେ ଏକ ଖାସ୍ ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ଏମିତିରେ ସେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ବଲିଉଡରେ ପ୍ରତିଭାର ନୁହଁ ବରଂ ବକ୍ସଅଫିସ ଆୟ ଉପରେ ଅଧିକ ଧ୍ୟାନ ଦିଆଯାଏ ।

ତେବେ ଶାହିଦ କାହା ପାଇଁ ଏପରି କଥା କହିଛନ୍ତି ସେକଥା ସେ ଜାଣନ୍ତି । ବକ୍ସ ଅଫିସ କଲେକ୍ସନ କଥା ଉଠିଲେ ଏବେ ସଲମାନ ଖାନ,ଆମିର ଖାନ,ଅକ୍ଷୟ କୁମାର ହିଁ ଉକ୍ତ ତାଲିକାରେ ଅଛନ୍ତି । ସୂତ୍ର ଅନୁସାରେ ଶାହିଦ କହିଛନ୍ତି ସେ ଏ ନେଇ ଅଧିକ ଧ୍ୟାନ ନଦେଇ ନିଜର କାମ ଉପରେ ଅଧିକ ଧ୍ୟାନ ଦେବାକୁ ଚାହାନ୍ତି । ଶାହିଦଙ୍କ ସିନେମା ‘ରଙ୍ଗୁନ’ ଫେବୃୟାରୀରେ ରିଲିଜ ହେବ ବୋଲି ଜଣାପଡିଛି ।