ଆଗାମୀ ଫିଲ୍ମ ‘ବତୀ ଗୁଲ, ମିଟର ଚାଲୁ’ରେ ନଜରରେ ଆସିବେ ଶାହିଦ

102

‘ପଦ୍ମାବତୀ ‘ ଫିଲ୍ମର ସୁଟିଂ ଶେଷ ହେବା ଶାହିଦ କାପୁର ଏବେ ତାଙ୍କର ଆଗାମୀ ଫିଲ୍ମ ପାଇଁ ନିଜକୁ ପ୍ରସ୍ତୁତ କଲେଣି । ‘ଟଏଲେଟ :ଏକ ପ୍ରେମ କଥା‘ ର ନିର୍ଦେଶକ ନାରାୟଣ ସିଂହ ମଧ୍ୟ ଏହାର ନିର୍ଦେଶନା ଦାୟିତ୍ୱ ତୁଲାଇବେ । ଏହି ଫିଲ୍ନର ନାଁ ‘ବତୀ ଗୁଲ, ମିଟର ଚାଲୁ’ । ଶାହିଦ କାପୁର ଏହାର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଏବଂ ଲେଖିଛନ୍ତି ଆସନ୍ତୁ ଏହି ପର୍ବକୁ ଆନନ୍ଦର ସହ ପାଳନ କରନ୍ତୁ । ତା ସହ ଶାହିଦ ଟ୍ୱିଟରେ ଲେଖିଛନ୍ତି ଆଶାକରୁଛି. ଖୁବଶୀଘ୍ର ବିଜୁଳି କାହାର ବିଶେଷ ଅଧିକାର ନହୋଇ ସମସ୍ତଙ୍କ ପାଇଁ ହେବ । ଟି-ସିରିଜ ଓ କ୍ରିଆଜ ଏଂଟରଟେନମେଂଟ ମିଳିତ ଭାବେ ଫିଲ୍ମର ପ୍ରଯୋଜନା କରୁଛନ୍ତି ।

ଏଠାରେ ଦର୍ଶକମାନଙ୍କୁ କହିରଖୁଛୁ, ବିଜୁଳି ଯୋଗାଉଥିବା କମ୍ପାନୀମାନେ କିଭଳି ଗ୍ରାହକଙ୍କୁ ଶୋଷଣ କରୁଛନ୍ତି , ତାହା ଫିଲ୍ମ ‘ବତୀ ଗୁଲ, ମିଟର ଚାଲୁ’ରେ ଦେଖା ଯାଇଛି । ଏହି ଫିଲ୍ମରେ ଶାହିଦ କାପୁର ଜଣେ ଓକିଲ ଭୂମିକାରେ ନଜରକୁ ଆସିବେ । ଏହି ରୋଲ ପାଇଁ କାଟ୍ରିନା କୈଫଙ୍କୁ ଅନୁରୋଧ କରାଯାଇଥିଲା । ବର୍ତମାନ କାଟ୍ରିନା ଲସ ଆଞ୍ଜେଲସରେ ଅଛନ୍ତି । କାଟ୍ରିନା ଲସଆଞ୍ଜେଲସ ଯିବା ପୂର୍ବରୁ ଫିଲ୍ନର ସ୍କ୍ରିପ୍ଟ ପଢିଥିଲେ । ତାଙ୍କୁ କାହାଣୀ ବହୁତ ପସନ୍ଦ ଆସିଥିଲା ।