ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବୁମ୍ ବୁମ୍ ଆଫ୍ରିଦ : କ୍ରିକେଟର ସବୁ ପ୍ରକାର ଫର୍ମାଟରୁ ଅବସର ପାଇଁ ଦେଲେ ସୂଚନା

23

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବୁମ୍ ବୁମ୍ ଆଫ୍ରିଦି । କ୍ରିକେଟର ସବୁ ପ୍ରକାର ଫର୍ମାଟରୁ ଅବସର ପାଇଁ ଗତକାଲି ସୂଚନା ଦେଇଛନ୍ତି ପାକିସ୍ତାନର ଏହି ବିସ୍ଫୋରକ ବ୍ୟାଟସମ୍ୟାନ୍ । ପୂର୍ବରୁ ପାକିସ୍ତାନ ଟେଷ୍ଟ ଓ ଦିନିକିଆ ଦଳରୁ ନେଇଥିଲେ ମଧ୍ୟ ଟିଟ୍ୱେଂଟି କ୍ରିକେଟ୍ ଖେଳିବା ଜାରି ରଖିଥିଲେ ଆଫ୍ରିଦି ।

ଗତବର୍ଷ ଭାରତରେ ଖେଳାଯାଇଥିବା ଟିଟ୍ୱେଂଟି ବିଶ୍ୱକପ୍ ପରେ କ୍ୟାପଟେନସିପରୁ ବାଦ୍ ପଡିଥିଲେ ଆଫ୍ରିଦି । ପୂର୍ବରୁ ଟେଷ୍ଟ ଓ ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟିଟ୍ୱେଂଟି କ୍ରିକେଟ୍ ଖେଳିବା ଜାରି ରଖିଥିଲେ ଏହି ଦକ୍ଷ ଅଲରାଉଣ୍ଡର ।