ଇଦ୍ ଅବସରରେ ରିଲିଜ୍ ହେଲା ଶାହରୁଖଙ୍କ ଅପକମିଙ୍ଗ୍ ସିନେମା ‘ଜିରୋ’ର ଟିଜର୍ ! ଏକାଠି ନଜର ଆସିଲେ ବାଦଶାହ ଏବଂ ସୁଲତାନ୍ । 

47

ଯେଉଁଠି ଗୋଟିଏ ପଟେ ବକ୍ସ ଅଫିସରେ ମୁକ୍ତିଲାଭ କରିଛି ସଲମାନଙ୍କ ଫିଲ୍ମ ରେସ୍ – ଥ୍ରୀ, ଅନ୍ୟପକ୍ଷରେ ଶାହରୁଖ୍ ଖାନ୍ ବି ନିଜ ଫ୍ୟାନଙ୍କୁ ଦେଇଛନ୍ତି ଇଦ୍ ଉପହାର । କାରଣ ଶାହରୁଖ୍ ଭେଟି ଦେଇଛନ୍ତି ନିଜ ଅପକମିଂ ଫିଲ୍ମ ଜିରୋର ଆଉ ଏକ ଟିଜର୍ । ଏହି ଟିଜରରେ ବଲିଉଡ୍ ବାଦଶାହଙ୍କ ସହ ନଜର ଆସିଛନ୍ତି ସୁଲତାନ୍ ।

ଫିଲ୍ମର ଟିଜରଟି ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଉକ୍ରଣ୍ଠା ଆହୁରି ବଢାଇ ଦେଇଛି । କାରଣ ଟିଜରରେ ବାଦଶାହ ଖାନଙ୍କ ସହ ନଜର ଆସିଛନ୍ତି ବଲିଉଡ୍ ଭାଇଜାନ୍ । ମାନେ ଫିଲ୍ମରେ ସ୍ଥାନ ପାଇବାକୁ ଥିବା ଏକ ଖାସ୍ ପ୍ରମୋସନାଲ୍ ଗୀତରେ ଶାହରୁଖଙ୍କ ସହ ନଜର ଆସିବେ ସଲମାନ୍ ଖାନ୍ । ଯାହାକୁ ନେଇ ଏହି ଟିଜର୍ ଭେଟି ଦେଇଛନ୍ତି ମେକର୍ ।

ଭିଡିଓରେ ଦୁହିଁଙ୍କୁ ଜବରଦସ୍ତ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି । ଆଉ ଦୁହିଁଙ୍କ ଭିତରେ ଥିବା ଦୋସ୍ତାନା ଖୁବ୍ ଝଲସିଛି ଏହି ଟିଜର୍ ଭିଡିଓରେ । ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶନା ଓ ରେଡି ଚିଲି ଏଂଟରଟେନମେଂଟ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମାରେ ଅଭିନେତା ଶାହରୁଖ୍ ଖାନଙ୍କୁ ଜଣେ ବାମନ ଭାବେ ନଜର ଆସିବେ । ଫିଲ୍ମ ମେକର୍ ଏହି ଟିଜର୍ ଭେଟି ଦେବା ସହ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି ଯାହା ଚଳିତ ବର୍ଷ ୨୧ ଡିସେମ୍ବରରେ ମୁକ୍ତିଲାଭ କରିବ । ଫିଲ୍ମରେ ଶାହରୁଖଙ୍କ ସହ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ ।