ଗ୍ଲାମର ଗଳିରେ ଏଂଟ୍ରି କରିବେ ଶାହରୁଖଙ୍କ ଲାଡଲି : ବି-ଟାଉନରେ ପାଦ ରଖିବେ ସୁହାନା ଖାନ

94

କନକ ବ୍ୟୁରୋ : ଗ୍ଲାମର୍ ଗଳିରେ ଏଂଟ୍ରିକରିବେ, ଆଉ ଜଣେ ଷ୍ଟାର୍ କିଡ । ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନଙ୍କ ପରେ ଏବେ ବିଟାଉନରେ ପାଦ ରଖିବେ କିଙ୍ଗ ଖାନ ଶାହରୁଖଙ୍କ ଅଲିଅଳି ଝିଅ ସୁହାନା ଖାନ । ନିକଟରେ ଏବିଷୟରେ ସୂଚନା ଦେଇଛନ୍ତି ଶାହରୁଖଙ୍କ ପତ୍ନୀ ତଥା ସୁହାନାଙ୍କ ମାଆ ଗୌରି ଖାନ । ଝିଅ ପ୍ରଥମ ଥର ପାଇଁ ଗ୍ଲାମର ଇଣ୍ଡଷ୍ଟ୍ରୀରେ ପାଦ ରଖିବାକୁ ଯାଉଥିବାରୁ ମାଆ ଗୌରି ଖାନ ଏକ୍ସାଇଟେଡ ଥିବା କହିଛନ୍ତି ।

ଗ୍ଲାମର ଗଳିରେ ପ୍ରବେଶ କରିବେ କିଙ୍ଗ ଖାନ୍ ଶାହରୁଖଙ୍କ ଝିଅ ସୁହାନା ଖାନ । ଏବେ ଏମିତି ଏକ ଖବର ମାୟାନଗରୀରେ ଚହଳ ପକାଇଛି । ଶାହରୁଖଙ୍କ ଅଲିଅଳି ଝିଅ ସୁହାନା ଖୁବଶୀଘ୍ର ବଲିଉଡରେ କରିବେ ପ୍ରବେଶ । ୧୭ ବର୍ଷୀୟ ଏହି ଷ୍ଟାର କିଡ, ଯେତେବେଳେ ବି ପବ୍ଲିକରେ ନଜର ଆସନ୍ତି, ନିଜ ଗର୍ଜିଅସ ଲୁକ ପାଇଁ ଆକର୍ଷଣର କେନ୍ଦ୍ର ସାଜନ୍ତି । ଆଉ ତାଙ୍କ ଷ୍ଟାଇଲ ଓ ଲୁକ୍ସ ଦେଖି ଏକଥା ବି ଗେସ କରାଯାଉଥିଲାଯେ, ଏହି ଷ୍ଟାର କିଡ ବି-ଟାଉନରେ କରିବେ ଏଂଟ୍ରି ।

ତେବେ ଏହି କଥା ଏବେ ସତ ହେବାକୁ ଯାଉଛି । ବଲିଉଡ ଡେବ୍ୟୁ ତ ନୁହେଁ ଗ୍ଲାମର୍ ଇଣ୍ଡଷ୍ଟ୍ରୀରେ ପାଦ ରଖିବାକୁ ଯାଉଛନ୍ତି ଏହି ବହୁ ଚର୍ଚ୍ଚିତ ଷ୍ଟାର୍ କିଡ୍ । ଖୁବଶୀଘ୍ର ଏକ ମାଗାଜିନରେ ନଜର ଆସିବେ ସୁହାନା ଖାନ । ଯେଉଁଥିରେ ଦେଖିବାକୁ ମିଳିବ ସୁହାନାଙ୍କ ହଟ୍ ଅନ୍ଦାଜ । ସୁହାନା ଏବେ ନିଜର ଏହି ମାଗାଜିନ୍ ସୁଟ୍ ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ତେବେ କେଉଁ ମାଗାଜିନ୍ ଆଉ କଣ ରହିବ ଏହି ଫଟୋସୁଟର ଥିମ ସେ ବିଷୟରେ ତ ଜଣା ନାହିଁ । କେବଳ ଏତିକି ମାଲୁମ ଅଛି ସୁାହାନାଙ୍କ ଗ୍ଲାମରସ ଲୁକ ସ୍ଥାନ ପାଇବ ମାଗାଜିନରେ । ଏ ବିଷୟରେ ସୂଚନା ଦେଇଛନ୍ତି ଶାହରୁଖଙ୍କ ପତ୍ନୀ ତଥା ସୁହାନାଙ୍କ ମାଆ ଗୌରି ଖାନ୍ । ନିଜ ଝିଅର ଡେବ୍ୟୁ ଫଟୋସୁଟ୍ ପାଇଁ ନର୍ଭସ୍ ଓ ଏକ୍ସାଇଟେଡ୍ ଅଛନ୍ତି ଗୌରି ।

ଗୌରି ଜଣେ ଡିଜାଇନର୍ ତଥା ଆରକିଟେକ୍ ହୋଇଥିବାବେଳେ ନିଜ ପିଲାଙ୍କ କ୍ୟାରିୟର୍ ପାଇଁ ସବୁବେଳେ ସିରିଅସ୍ ଥାଆନ୍ତି । ଝିଅ ସୁହାନା ବଲିଉଡ୍ରେ ଏଂଟ୍ରି କରିବା ନେଇ କୌଣସି ପ୍ଲାନିଂ ନଥିବାବେଳେ ଏହି ଫଟୋସୁଟ୍ ଖବର ସୁହାନାଙ୍କ ବଲିଉଡ୍ ଏଂଟ୍ରି ଖବରକୁ ପକ୍କା କରିପାରେ ।